କେନ୍ଦୁଝର

ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସାଧାରଣ ବୈଠକ

କେନ୍ଦୁଝର ୨୪ା୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସାଧାରଣ ବୈଠକ କେନ୍ଦୁଝର ସହିଦ ସଦନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ସାହୁ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଅମଲାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ଏଥିରେ ସଂଘର ସଂଗଠନ ବାବଦରେ ଆଲୋଚନା ହେବା ସଂଗେ ସଂଗେ ବିଭିନ୍ନ ସମସ୍ୟା ଓ ଦାବିଗୁଡିକ ଯାହାକି ସରକାରଙ୍କର ବିଚାରାଧିନ ଅଛି ତାହା କିପରି ଯଥାଶୀଘ୍ର ହାସଲ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସଂଗଠନକୁ ଦୃଢୀଭୂତ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ଅମଲାମାନେ ସଂକଳ୍ପ ନେଇଥିଲେ। ଏହି ବୈଠକରେ ଓଡିଶା ଅମଲା ସଂଘ କେନ୍ଦୁଝର ଶାଖାର ସଭାପତି ଅଶୋକ ପାଢୀ, ସଂପାଦକ ପ୍ରମୋଦ ମାଝୀ, ଅଧ୍ୟକ୍ଷ ଶଙ୍କର୍ଷଣ ପାତ୍ର, ଏନ୍ ଜିଓସିସିର ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପରିଡା, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକକୁ ସଚିତାନନ୍ଦ ମହାକୁଡ ପରିଚାଳନା କରିଥିବାବେଳେ ପ୍ରକାଶ ନାଏକ, ବିଧୁଭୂଷଣ ସାହା, ଲଲାଟ ସ୍ୱାଇଁ, ନାରଣ ନାଏକ, ନନ୍ଦକିଶୋର ସେଠୀ, ବିନୀତ କୁମାର ମହାନ୍ତ, ଅନୁସରଣ ମାନକି, ମହେଶ୍ୱର ନାଏକ, କିଶୋର ମହାନ୍ତ, ଲୋକନାଥ ମହାନ୍ତ, ଗୁଣନିଧି ମହାନ୍ତ, ନିଳାଦ୍ରୀ ରାଉତ, ପ୍ରଦୀପ ସାହୁ, ପ୍ରଦୀପ ପରିଡା, ଅନନ୍ତ ସାହୁ, ଶରତ ବାରିକ ଓ ଅଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top