ଜିଲ୍ଲା ପରିକ୍ରମା

ଓଡିଶା ଅଭିଯାନକୁ ଭବ୍ୟ ସମ୍ବର୍ଦ୍ଧନା

ଖଡିଆଳ/ନୂଆପଡା-୦୪.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ତୁକୁଲା ହାଇସ୍କୁଲ ପରିସରରେ ଓଡିଶା ଅଭିଯାନରେ ବାହାରିଥିବା ଦଳ କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୁନ୍ଦରଗଡ ଜିଲା ବଡଗାଁ ର ଆଟିଆଇ ଅଧ୍ୟକ୍ଷ ଅରୁଣ କୁମାର ନାଏକ ଙ୍କ ନେତୃତ୍ୱରେ ୬୫ଜଣ ଆଦିବାସୀ ଛାତ୍ରଛାତ୍ରୀ ୬୫ ଗୋଟି ବାଇସାକେଲରେ ଓଡିଶାର ୩୦ ଗୋଟି ଜିଲା ପରିଭ୍ରମଣ କରୁଥିବା ବେଲେ ସମୋବାର ତୁକୁଲା ଗ୍ରାମର ହାଇସ୍କୁଲ ଠାରେ ପହଞ୍ଚିବା ପରେ ତୁକୁଲା ଗ୍ରାମର ଜନସାଧାରଣ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ଦେଇଥିଲେ। ଏହି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବ୍ଲକ ଚ୍ୟାରମେନ ବାଳକୃଷ୍ଣ ଶବର, ସମ୍ମାନିତ ଅତିଥି ଭାବରେ ନୁଆପଡା ଜିଲା କ୍ରୀଡା ଶିକ୍ଷା ନିରିକ୍ଷକ ମହେଶ କୁମାର ଦଣ୍ଡସେନା, ତୁକୁଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିବନାରାୟଣ ସିଂ ଦେଓ, ବୋଡେନ ବ୍ଲକ ଖଇରା ହାଇସ୍କୁଲ ପ୍ରଧାନ ଶିକ୍ଷକ କାଲିଚରଣ ଦୁବେ, ସ୍ୱେଛାସେବୀ ରାଜକୁମାର ଖେମକା ମଞ୍ଚାସୀନ ରହି ଓଡିଶା ଅଭିଯାନରେ ବାହାରିଥିବା ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଦନା ପ୍ରଦାନ କରି ଶୁଭେଛା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ୨୦୧୭ ମସିହାରେ ମଧ୍ୟ ଏହି ସ୍ୱେଛାସେବୀ ଦଳ ୫୧ ଗୋଟି ସାଇକେଲରେ ୫୧ଜଣ ସାର ଓଡିଶା ପରିଭ୍ରମଣ କରିଥିଲେ। ଏହି ସ୍ୱେଛାସେବୀ ସଂଗଠନର ଉଦ୍ଦେଶ୍ୟ ହେଲା ରାଜ୍ୟରେ ସଡକ ସୁରକ୍ଷା, ରକ୍ତଦାନ, ଜାତୀୟ ସଂହତୀ, ପରିବେଶ ସୁରକ୍ଷା, ମଧୁମେୟ ମୁକ୍ତ ସମାଜ ପ୍ରଭୁତି ଉପରେ ସଚେତନ କରାଇବାର ମୁଳଳକ୍ଷ ବୋଲି ଆଟିଆଇ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅନେକ ସମସ୍ୟା ସୃଷ୍ଠି ହୋଇଥିବା ବେଲେ ଯୁବ ସ୍ୱେଛାସେବୀ ଆଗଭର ହୋଇ ଓଡୀଶା ମାଟିର ସୁରକ୍ଷା ଦିଗରେ ନଆଗେଇଲେ ରାଜ୍ୟ ଅନେକ ପଛକୁ ଚାଲିଯିବ। ଯାହାଫଳରେ ଆମେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହେବୁ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ତୁକୁଲା ମଧୟଇଂରାଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଜଂନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top