ଓଡିଶାର ତହବିଲ ବିଜୁ ଜନତା ଦଳ ବା ନବୀନ ପଟ୍ଟନାୟକଙ୍କର ପୈତୃକ ସମ୍ପତି ନୁହେଁ : ବିଜେପି

ବିଜେଡିର କିଛି ବୁଝୁନଥିବା ବଡପାଟିଆ ମୁଖପାତ୍ରଙ୍କ ବିଜେଡିର ଅନ୍ତର୍ଦ୍ୱନ୍ଦରେ ବିଜେପିର ହସ୍ତକ୍ଷେପ ପ୍ରସଙ୍ଗରେ ଜବାବ ରଖିଲା ବିଜେପି

– ବିଜେଡି ଯଦି ଭାବୁଛି ଓଡିଶାର ସମ୍ପତି ଏହି ଦଳର ଏକଚାଟିଆ ଅଧିକାର ଓ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲି ପାରିବେ ନାହିଁ ଏହା ତାଙ୍କର ଦିବାସ୍ୱପ୍ନ
– ଯଦି ନେତୃତ୍ୱ ଚୋର ତାହାହେଲେ ସେମାନଙ୍କ ନେତା କିପରି ଠିକ୍ ହେବେ
– ପ୍ରଶାନ୍ତ ନନ୍ଦଙ୍କୁ କେଉଁ ଅଭିଯୋଗରେ ମନ୍ତ୍ରୀମଣ୍ଡଳରୁ ବାହର କରାଯାଇଥିଲା ଓ ପୁଣି ତାଙ୍କ ସାଂସଦ ବନାଇ ସମ୍ମାନିତ କରାଗଲା
– ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ଅମର ଶତପଥୀ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ମହାଦୁର୍ନୀତିରେ ଜଡିତ ଏହି ନେତାମାନେ ଦଳର ମୁଖ୍ୟ ପରିଚାଳକ
– ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ସରକାରୀ ପ୍ରୋତ୍ସାହନରେ ଦୁର୍ନୀତିରେ ଜଡିତ
– କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ପରିଷଦର ଅନେକ ସଦସ୍ୟ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେବା ପଛରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ କାର୍ପଟଦାର ଏକଥା ଓଡିଶା ଜନମାନସରେ ସ୍ପଷ୍ଟ ହେଲାଣି
– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଯୋଜନାବଦ୍ଧ ରଣନୀତିର ଅଙ୍ଗ ଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହର କରି କିଛିଦିନ ପରେ ପୁଣି କୋଳେଇ ନେଇ ଲୋକଙ୍କୁ ବୋକା ବନାଇବାର ନାୟକ
– ଦୁର୍ନୀତିଖୋର ନେତାଙ୍କ ସର୍ଦ୍ଦାର ନବୀନ ପଟ୍ଟନାୟକ ସ୍ୱଚ୍ଛତାର ମିଛ ମୁଖା ପିନ୍ଧି ଓଡିଆ ଲୋକଙ୍କୁ ବୋକା ବନାଇବା ବହୁତ ହୋଇଗଲା
– ଚତୁରେ ଚତୁରେ କୋଳାକୋଳି ଆଉ ଚାଲିପାରିବ ନାହିଁ

ଭୁବନେଶ୍ୱର, ୧୬/୯ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଯୋଜନାବଦ୍ଧ ରଣନୀତିର ଅଙ୍ଗଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହର କରି କିଛିଦିନ ପରେ ପୁଣି କୋଳେଇ ନେଇ ଲୋକଙ୍କୁ ବୋକା ବନାଇବାର ନାୟକ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିଜେଡିର କିଛି ବୁଝୁନଥିବା ବଡପାଟିଆ ମୁଖପାତ୍ର ବିଜେଡିର ଅନ୍ତଦ୍ୱନ୍ଦରୁ ବିଜେପି ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରୁଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମହାନ୍ତି ଏହା କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦୁର୍ନୀତିଖୋର ନେତାଙ୍କ ସର୍ଦ୍ଦାର ନବୀନ ପଟ୍ଟନାୟକ ସ୍ୱଚ୍ଛତାର ମିଛ ମୁଖା ପିନ୍ଧି ଓଡିଆ ଲୋକଙ୍କୁ ବୋକା ବନାଇବା ବହୁତ ହୋଇଗଲା। ଓଡିଆ ଲୋକମାନଙ୍କୁ ବୋକା ବନାଇବାର ସମୟ ସରିଯାଇଛି ବୋଲି ସେ କହିଛନ୍ତି। ଚତୁରେ ଚତୁରେ କୋଳାକୋଳି ଆଉ ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ସହ ବିଜେପିର କୌଣସି ସମ୍ପର୍କ ନାହିଁ ମାତ୍ର ଓଡିଆ ଲୋକଙ୍କ ଝାଳବୁହା ଅର୍ଥରେ ଗଢି ଉଠିଥିବା ଓଡିଶାର ତହବିଲ ବିଜୁ ଜନତା ଦଳ ବା ନବୀନ ପଟ୍ଟନାୟକଙ୍କର ପୈତୃକ ସମ୍ପତି ନୁହେଁ। ବିଜେଡି ଯଦି ଭାବୁଛି ଓଡିଶାର

ସମ୍ପତି ଏହି ଦଳର ଏକଚାଟିଆ ଅଧିକାର ଓ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲି ପାରିବେ ନାହିଁ ଏହା ତାଙ୍କର ଦିବାସ୍ୱପ୍ନ। ରାଜ୍ୟ ସରକାରଙ୍କର ଦୁର୍ନୀତି ଓଡିଆଙ୍କ କଷ୍ଟଅର୍ଜିତ ଝାଳବୁହା ଅର୍ଥର ଲୁଟ। ବିଜେପି ଏହି ମାମଲାରେ ଚୁପ ବସିରହିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦୁର୍ନୀତି ମାମଲାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଖୋରଙ୍କୁ ଘଂଟ ଘୋଡାଉଥିବା ସ୍ପଷ୍ଟ ହୋଇଯାଇଛି। ଜନପ୍ରତିକ୍ରିୟାକୁ ଏଡାଇବା ପାଇଁ କିଛିଦିନ ପାଇଁ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦୂରେଇ ପୁଣି ତାଙ୍କୁ କୋଳାଇବା ନବୀନ ପଟ୍ଟନାୟକଙ୍କ ନୀତିରେ ପରିଣତ ହୋଇଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଯଦି ନେତୃତ୍ୱ ଚୋର ତାହାହେଲେ ସେମାନଙ୍କ ନେତା କିପରି ଠିକ୍ ହେବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ପ୍ରଶାନ୍ତ ନନ୍ଦଙ୍କୁ କେଉଁ ଅଭିଯୋଗରେ ମନ୍ତ୍ରୀମଣ୍ଡଳରୁ ବାହର କରାଯାଇଥିଲା ଓ ପୁଣି ତାଙ୍କ ସାଂସଦ ବନାଇ ସମ୍ମାନିତ କରାଗଲା ଏହାର ଉତର ନବୀନ ପଟ୍ଟନାୟକଙ୍କୁ ଦେବାକୁ ପଡିବ।

ଗୁରୁତ୍ୱପୂର୍ଣ ବିଶାଳ ଦୁର୍ନୀତି ମାମଲାରେ ସିଧାସିଧା ଜଡିତ ଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ଅମର ଶତପଥୀ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ଜଡିତ ଦଳର ମୁଖ୍ୟ ପରିଚାଳକ। ସେମାନେ ହିଁ ବିଜେଡି ଚଳାଇବାର ନେତୃତ୍ୱ। ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ସରକାରୀ ପ୍ରୋତ୍ସାହନରେ ଦୁର୍ନୀତିରେ ଜଡିତ। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ ପରିଷଦର ଅନେକ ସଦସ୍ୟ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେବା ପଛରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ କାର୍ପଟଦାର ଏକଥା ଓଡିଶା ଜନମାନସରେ ସ୍ପଷ୍ଟ ହେଲାଣି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *