ଓଡ଼ିଶା

ଓଡିଶାର କୋଣ ଅନୁକୋଣକୁ ବ୍ୟାଙ୍କ ଓ ଆର୍ଥିକ ସୁବିଧା ସହ ଯୋଡିବ ଡାକଘର-ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଉଦଘାଟନର ଅନଲାଇନ କାଯ୍ୟକ୍ରମ

– ଡାକଘରୁ ବ୍ୟାଙ୍କ ସେବା ଏକ ଜନଆନ୍ଦୋଳନର ରୂପ ନେବ
– ସାରାଦେଶରେ ଦେଢଲକ୍ଷରୁ ଅଧିକ ପୋଷ୍ଟ ଅଫିସ ବ୍ୟାଙ୍କର ସେବା ପ୍ରଦାନ କରିବ
– ୩୦ ଲକ୍ଷ ଜନଧନ ଖାତା ମୋଦି ଖୋଲାଇଛନ୍ତି, ବ୍ୟାଙ୍କ ଏବେ ବଡବଡିଆଙ୍କ ନୁହେଁ ଦେଶର ଗରିବଙ୍କର ହେବ

ଭୁବନେଶ୍ୱର, ୧ ସେପ୍ଟେମ୍ବର (ଓଡ଼ିଆ ପୁଅ) – ଡାକବିଭାଗ ଆମ ଆସ୍ଥାର କେନ୍ଦ୍ର। ଡାକବିଭାଗ ଭୁଲକରେନାହିଁ। ଆଜି ଡାକବିଭାଗରେ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସୁବିଧା ଗାଁ ଗାଁକୁ ଯିବ। ଓଡିଶାର କୋଣ ଅନୁକୋଣରେ ଆର୍ଥିକ କାରବାରକୁ ସୁଗମ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଠାରେ ଏକ ଲାଇଭ କାଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଇଣ୍ଡିଆନ ପୋଷ୍ଟାଲ ପେମେଂଟ ବ୍ୟାଙ୍କ କାଯ୍ୟକ୍ରମ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ୧ ଲକ୍ଷ ୨୫ ହଜାର ବ୍ୟାଙ୍କ ଥିଲା। ଆଇପିବିବି ଆରମ୍ଭ ହେବାକାରଣରୁ ଆସନ୍ତା ଡିସେମ୍ବର ସୁଦ୍ଧା ଆଉ ଦେଢଲକ୍ଷ ବ୍ୟାଙ୍କ ଦେଶବାସୀଙ୍କ ସେବାରେ ସମର୍ପିତ ହେବ। ପ୍ରଧାନମନ୍ତ୍ରୀ ଦେଶରେ ୩୦ କୋଟି ଜନଧନ ଖାତା ଖୋଲିଛନ୍ତି। ପୂର୍ବରୁ ବ୍ୟାଙ୍କ ବଡବଡ ଧନୀ ଲୋକଙ୍କର ଥିଲା। ଏବେ ପାଖାପାଖି ୩ ଲକ୍ଷ ବ୍ୟାଙ୍କ ଶାଖା ସହ ଘରେଘରେ ବ୍ୟାଙ୍କ ସେବା ପହଁଚିବ।

ଶ୍ରୀ ପ୍ରଧାନ କହିଛନ୍ତି ଦିନକୁ ଦିନ ନୂଆ ଟେକ୍ନୋଲୋଜିର ବ୍ୟବହାର ବଢିବଢି ଚାଲିଛି। ସେ ପେନସନ ଠାରୁ ଆରମ୍ଭ କରି ମୋବାଇଲ ଓ ଟିଭିର ପେମେଂଟ ମଧ୍ୟ ଡିଜିଟାଲ ମାଧ୍ୟମରେ ହେଉଛି। ଆଗାମୀ ଦିନରେ ପୋଷ୍ଟାଲ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ସହ ଏମଓୟୁ କରି ସମସ୍ତ ପ୍ରକାର ସେବା ଦେଶର ସବୁ ଡାକଘରେ ମିଳିପାରିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ନୂଆ ଟେକ୍ନୋଲୋଜି ଯୁଗରେ ଡାକପିଅନ ଓ ଡାକସେବାର ଆବଶ୍ୟକତା କମ ହେଉଥିବା ବେଳେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକବ୍ୟବସ୍ଥାକୁ ନୂଆ ଜୀବନ୍ୟାସ ଦେଇଛନ୍ତି। ବନ୍ଦ ହୋଉଯାଉଥିବା ବ୍ୟବସ୍ଥା ନୂଆକରି ଛିଡା କରିଛନ୍ତି। ଆଜି ତାଙ୍କ ହାତରେ ସାରା ଦେଶର ଏହି ସେବାର ଆରମ୍ଭ ହୋଇଛି। ରାଜ୍ୟରେ ରହିଥିବା ୮୨୧୫ ଡାକଘରେ ଏହି ସୁବିଧା ଉପଲବ୍ଧ ହେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଓଡିଶାର ଖଟିଖିଆ ଗରିବ ଲୋକମାନେ ନିଜର କଷ୍ଟ ଉପାର୍ଜିତ ଅର୍ଥକୁ ଚିଟଫଣ୍ଡରେ ରଖିଥିଲ। ବର୍ତମାନ ତାଙ୍କର ଏହି ଅର୍ଥକୁ କେହି ଦେବାକୁ ନାହାନ୍ତି କି କେହି ବୁଝିବାକୁ ନାହାନ୍ତି। ଆଜିର ଏହି ସେବାଫଳରେ ସାମାନ୍ୟ ଗାଁ ଗଣ୍ଡାର ଲୋକ ବ୍ୟାକିଙ୍ଗ ସେବା ନେଇପାରିବ। ଆଜିଠାରୁ ଆରମ୍ଭ ହୋଇଥିବା ବ୍ୟାକିଙ୍ଗ ସେବା ଏକ ଜନ ବିପ୍ଳବର ରୂପ ନେବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top