ଓଡିଶାରେ ୫ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ

୫୮ଟି ନୂତନ ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୋଟ ୪୩୫୭.୪୨ କୋଟି ଟଙ୍କା ପ୍ରଦାନ – ଓଡିଶାରେ ପ୍ରତିଷ୍ଠା ହେଉଛି ୫ ଜିଲ୍ଲା ମେଡିକାଲ କଲେଜ

ନୂଆଦିଲ୍ଲୀ ୧୮/୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ୫ଟି ଜିଲା ସମେତ ଦେଶର ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ମୋଟ ୫୮ ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି। ସେଥିମଧ୍ୟରୁ ୫୫ ଟି ନୂତନ ମେଡିକାଲ କଲେଜକୁ ବର୍ତମାନ ସୁଦ୍ଧା କେନ୍ଦ୍ରୀୟ ମଂଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧିନରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୋଟ ୧୮୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଏବଂ ଉତର-ପୂର୍ବାଂଚଳ କ୍ଷେତ୍ରରେ ନୂତନ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୯୦ଏବଂ ରାଜ୍ୟ ସରକାର  ୧୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ସାଧାରଣ କ୍ଷେତ୍ରରେ ରାଜ୍ୟଗୁଡିକ ପାଇଁ ଏହି ଅନୁପାତ ୬୦ ଏବଂ ୪୦ ପ୍ରତିଶତ ରହିବ।  ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳର ଅନୁମୋଦିତ ମେଡିକାଲ କଲେଜ ପ୍ରକଳ୍ପଗୁଡିକ ପାଇଁ ମୋଟ ୪୩୫୭.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାର ବାଲେଶ୍ୱର, ମୟୁରଭଂଜର ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀ ଜିଲା ସଦର ହସ୍ପିଟାଲକୁ ସାମିଲ କରାଯାଇଛି। ଏହି ହସ୍ପିଟାଲଗୁଡିକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଉଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *