ad
ଓଡ଼ିଶା

ଓଡିଶାରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ : ନରେନ୍ଦ୍ର ମୋଦି

ବାରିପଦାରେ ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶ

– ନୂଆଭାରତ, ନୂଆ ଓଡିଶା ଗଠନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ
– ଆୟୁଷ୍ମାନ ଯୋଜନାରୁ ଓଡିଆ ଲୋକମାନଙ୍କୁ ବଂଚିତ ନକରିବା ପାଇଁ ଆଜି ଆଉଥରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
– ନାରୀ ସଶକ୍ତିକରଣର ଆରମ୍ଭ ବାରିପଦାରୁ ଆରମ୍ଭ ହୋଇଥିଲା। ଏଠି ମା ସୁଭଦ୍ରା ରଥକୁ ମହିଳା ମାନେ ଟାଣିବାର ପରମ୍ପରା ରହିଛି
– କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଁଚିଥିଲା। ହେଲିକାପ୍ଟର ଦୁର୍ନୀତିରେ ତତକାଳୀନ ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସ ଦଳର ବଡବଡ ନେତାମାନେ ସମ୍ପୃକ୍ତି ଥିଲେ

ଭୁବନେଶ୍ୱର/ବାରିପଦା, ତା୦୫/୦୧ (ଓଡ଼ିଆ ପୁଅ) : ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ୭-୮ ବର୍ଷ ତଳେ ଜଣେ ଯୁବତୀ ପ୍ରତି ଘଟିଥିବା ବଳାକ୍ତାର ଘଟଣାରେ ପୀଡିତାକୁ ନ୍ୟାୟ ମିଳିପାରିଲାନାହିଁ। ଏହି ମାମଲାର ସଠିକ ତଦନ୍ତ ହେବାର ଆବଶ୍ୟକ ରହିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ୧୯ ବର୍ଷର ବିଜୁ ଜନତା ଦଳ ଶାସନ ବିରୋଧରେ ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶରେ ଉଦବୋଧନ କହି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ନୂଆଭାରତ, ନୂଆ ଓଡିଶା ଗଠନ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଆୟୁଷ୍ମାନ ଯୋଜନାରେ ଓଡିଶାକୁ ସାମିଲ କରି କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ଦେଉଥିବା ୫ ଲକ୍ଷ ଟଙ୍କାର ଆର୍ଥୀକ ସହାୟତାର ଲାଭରୁ ଓଡିଆ ଲୋକମାନଙ୍କୁ ବଂଚିତ ନକରିବା ପାଇଁ ଆଜି ଆଉଥରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ବାରିପଦାରେ ଏହି ବିଶାଳ ଜନସଭାକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ, ନାରୀ ସଶକ୍ତିକରଣର ଆରମ୍ଭ ବାରିପଦାରୁ ଆରମ୍ଭ ହୋଇଛି। ଏଠି ମା ସୁଭଦ୍ରା ରଥକୁ ମହିଳା ମାନେ ଟାଣିବାର ପରମ୍ପରା ରହିଛି। ଏ ଅବସରରେ ଏହି ମୟୁରଭଞ୍ଜର ମାଟିକୁ ସେ ପ୍ରଂଶସା କରିଥିଲେ। ହେଲେ ଓଡିଶାରେ ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଦେବାରେ ଏଠିକାର ସରକାର ବିଫଳ। ଅତ୍ୟାଚାର, ନିର୍ଯ୍ୟାତନା ବଢି ଚାଲିଛି। ଅନ୍ୟପକ୍ଷରଏ ମହିଳା ଓ ନାବାଳିକା ମାନଙ୍କ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ହେଉଥିବା ଯୋଜନା ଗୁଡିକରେ ରାଜ୍ୟରେ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ହୋଇଛନ୍ତି ଖୋଦ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରି କହିଛନ୍ତି ସମାଜରେ ଏହିଭଳି ଘଟଣା ଘଟିଚାଲିଥିବା ବେଳେ ସରକାର ଏଥିରେ ପ୍ରତିବନ୍ଧକ ସାଜିବା ଦୁର୍ଭାଗ୍ୟର ବିଷୟ। ତେଣୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରନ୍ତୁ ଓ ଓଡିଶାର ମା ଉଭଣୀ ମାନଙ୍କୁ ଏଥିରୁ ବଂଚିତ କରନ୍ତୁ ନାହିଁ।

ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ, ଓଡିଶାର କୁପୋଷଣ ରହିଛି। ଗରିବ, ଦଳିତ, ବଂଚିତ, ପଛୁଆବର୍ଗର ପିଲାମାନଙ୍କ ସହ ଗର୍ଭବତୀ ମହିଳାଙ୍କ ରକ୍ଷା କରିବା ପାଇଁ ତାଙ୍କ ସରକାରଙ୍କ ସମୟରେ ଟୀକାକରଣ ପକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏଥିପାଇଁ ମିଶନ୍ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ କରାଯାଇଛି। ଓଡିଶାରେ ଏହାର ଲକ୍ଷ୍ୟ ୨୦୦୪ ରୁ ୧୪ ବିଗତ ୧୦ ବର୍ଷ ମଧ୍ୟରେ ୬୦ ପ୍ରତିଶତ ପହଁଚିପାରିନଥିଲା। ଏହି ଲକ୍ଷ୍ୟ ହାସଲ ପାଇଁ ଆଉ ଦୁଇ-ତିନି ଦଶକ ଲାଗିଥାନ୍ତା ସେ କାମ ମିଶନ ଇନ୍ଦ୍ରଧନୁଷ ପାଇଁ ତ୍ୱରାନ୍ୱିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମହିଳା ସଶକ୍ତିକରଣ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ନୌସେନା,ବାୟୁସେନା ଓ ସ୍ଥଳସେନାର ମହିଳା ମାନଙ୍କୁ ସାମିଲ କରାଯାଉଛି। ଏ ଦିଗରେ ରାଜ୍ୟ ସରକାର ତାଙ୍କର କାମ କରିବା ଦରକାର। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଂଶସା କରି ପ୍ରଧାନମନ୍ତ୍ରୀ ତାଙ୍କର ଦକ୍ଷତା ସାବାସି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷି କହିଥିଲେ ଯେ, କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଁଚିଥିଲା। ହେଲିକାପ୍ଟର ଦୁର୍ନୀତିରେ ତତକାଳୀନ ପ୍ରଧାନମନ୍ତ୍ରୀଙ୍କ ସମେତ କଂଗ୍ରେସ ଦଳର ବଡବଡ ନେତାମାନେ ସମ୍ପୃକ୍ତି ଥିଲେ। ଏହି ମାମଲାରେ ଦଲାଲ ମିଶେଲର ଏକ ଚିଠି ଖବର କାଗଜରେ ପ୍ରକାଶିତ ହୋଇଛି। ଏଥିରୁ ଜଣାପଡୁଛି ଯେ, କଂଗ୍ରେସର ତତକାଳୀନ ମନ୍ତ୍ରୀ ଓ ବଡବଡ ନେତାଙ୍କ ସହ ତାର ଘନିଷ୍ଠ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀଙ୍କ ଅଫିସର କେଉଁ ଫାଇଲ କେଉଁଠିକୁ ଯାଉଛି ତାର ଟିକିନିଖି ବିବରଣୀ ତା ପାଖରେ ରହୁଥିଲା। ସେତେବେଳେର ପ୍ରଧାନମନ୍ତ୍ରୀଙ୍କ ପାଖରେ ଯେତିକି ସୂଚନା ନଥିଲା ତାହା ଠାରୁ ଅଧିକ ସୂଚନା ଏହି ଦଲାଲ ପାଖରେ ରହୁଥିଲା। କ୍ୟାବିନେଟ ଓ ଅନ୍ୟାନ୍ୟ ଗୁରୁତ୍ୂପୂର୍ଣ ସୂଚନା ତାକୁ ମିଳୁଥିଲା। ଏହି ସୂଚନାକୁ ସେ ବିଦେଶ ପଠାଉଥିଲା। ମୁଁ ବୁଝି ପାରୁନାହିଁ ଯେ ସେତେଳେଳର କଂଗ୍ରେସ ସରକାର ଚଳାଉଥିଲା ନା ମିଶେଲ ମାମାଙ୍କର ଦରବାର ଚଳାଉଥିଲା ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ସ୍ୱାର୍ଥ ପରିବେର୍ତ ଏହି ଦଲାଲ ମାନଙ୍କ ସ୍ୱାର୍ଥରେ ଯେଉଁମାନଙ୍କର ଭୂମିକା ରହିଛି ତାର ଯାଂଚ ଦେଶର ଏଜେନ୍ସି ମାନେ କରିବେ। କେନ୍ଦ୍ର ସରକାର ଦେଶର ସ୍ୱାର୍ଥକୁ ଆଖି ଆଗରେ ରଖି ଲଗାତର କଡା ନିଷ୍ପତି ଗ୍ରହଣ କରୁଛି। ସେ ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ଯେ ଦେଶର ସୁରକ୍ଷା ପାଇଁ କଡା ନିଷ୍ପତି ଗ୍ରହଣ କରିବା ଉଟିତ କି ଉଚିତ ନୁହେଁ। ଯେଉଁମାନେ ସେନାବାହିନୀକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କାଠଗଡାରେ ଛିଡା କରାଯିବ। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଆଇନକୁ କାହାକୁ ଛାଡିବ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତିକି ବିରୋଧୀ ଦଳ ଗୁଡିକ ଚୌକିଦାରଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରି ଚାଲିଛନ୍ତି। ଏପରିକି ତାତ୍ସଲ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି। ଏଥିରେ ଚୌକିଦାର ଦବିଯିବାର ପ୍ରଶ୍ନ ଉଠୁନାହିଁ। ସବୁଠୁ ପୁରୁଣା ଦଳ କଂଗ୍ରେସ କହୁଛି ମୋଦି ଭାରତ ମାତାର ଜୟ ବୋଲି କହି ଲୋକଙ୍କୁ କାହିଁକି ବିଭାଜିତ କରୁଛି। ମଧ୍ୟପ୍ରଦେଶର ପୂର୍ଣ ବହୁମତର ସରକାର ଆସିନଥିଲେ ମଧ୍ୟ ସେଠିକାର ସରକାର ଆସୁଆସୁ ବନ୍ଦେ ମାତରମ୍ କୁ ବିବାଦ ମଧ୍ୟ ନେଇ ଆସିଛନ୍ତି। ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢେଇ ଲଢିଥିବା ସଂଗ୍ରାମୀ ମାନଙ୍କୁ ମିଳୁଥିବା ପେନସନକୁ ମଧ୍ୟ କଂଗ୍ରେସ ସରକାର ବନ୍ଦ କରିବାର ନିଷ୍ପତି ନେଇଛି। ତେବେ ବିଜେପିର ବିରୋଧ କାରଣରୁ କଂଗ୍ରେସ ସରକାରକୁ ବନ୍ଦେ ମାତାରମ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ପଡିଛି। ଆଗାମୀ ଦିନରେ ଜରୁରୀକାଳୀନ ସଂଗ୍ରାମୀ ମାନଙ୍କ ସମ୍ପର୍କିତ ନିଷ୍ପତିକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଥମେ ଓଡିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କହିଥିଲେ ଯେ, ଓଡିଶାର ସଂସ୍କୁତି ଅତି ସମ୍ୃଦ୍ଧ, ଏହାର ସଂରକ୍ଷଣ ଓ ବିକାଶ ପାଇଁ କେନ୍ଦ୍ର ସଂକଳ୍ପବଦ୍ଧ। ଓଡିଶାର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବୈଜପେୟୀ ଯେ କି ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ ବୋଲି ସେ ଉଲେଖ କରିଥିଲେ। ଓଡିଶାକୁ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଆସିଥିବା ବେଳେ ଏଠିକାର ଜନସମୁଦ୍ର ସବୁ ରେକର୍ଡକୁ ଭାଙ୍ଗିଦେଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top