ଓଡ଼ିଶା

ଓଡିଶାରେ ନୂଆ ଅର୍ଥନୀତିର ଇକୋ ସିଷ୍ଟମକୁ ସୁଦୃଢ କରି ଯୁବ ପୀଢୀ ପାଇଁ ନୂଆ ରୋଜଗାରସୁଯୋଗ ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାମ କରୁଛି – ଧର୍ମେନ୍ଦ୍ର ପ୍ରଧାନ

ପୂର୍ବ ଭାରତର ପ୍ରଥମ ସେକେଣ୍ଡାରୀ ଡାଟା ସେଂଟରର ଉଦଘାଟନ ଅବସରରେ ଛାତ୍ର- ଛାତ୍ରୀ ଓ ଅଧ୍ୟାପକଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତାଳାପ

– ବ୍ୟବସାୟିକ ସଂସ୍ଥା ମାନଙ୍କୁ ଉପଲବ୍ଧ ଡାଟାର ବିଶ୍ଲେଷଣାତ୍ମକ ତଥ୍ୟ ଉପଲବ୍ଧ କରାଇଲେ ସେମାନେ ଏହି କ୍ଷେତ୍ରରେ ପୂଂଜି ନିବେଶ କରିବା ପାଇଁ ଆଗ୍ରହୀ ହେବେ

– ସମ୍ପୂର୍ଣ ପୂର୍ବ ଭାରତରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା ଡାଟା ସେଂଟର ସହାୟକ ହେବ

– ଓଡିଶାର ଜିଓଲୋଜିର ଛାତ୍ର – ଛାତ୍ରୀ ଓ ଅଧ୍ୟାପକ ମାନେ କେବଳ ଥ୍ୟୋରି ଆଧାରିତ ନୁହେଁ ଏହି ଡାଟା ସେଂଟରର ଡାଟା ରୁମକୁ ଓଡିଶାର ପିଲା ମାନଙ୍କ ପାଇଁ ମାଗଣାରେ ଖୋଲା ଯିବ

– ଭୁବନେଶ୍ୱରର ଡାଟା ସେଂଟର କେବଳ ସରକାରଙ୍କ ଏକ ଉଦ୍ୟମ ଭାବେ ସୀମିତ ହେବ ନାହିଁ ଯଦି ଭୂତତ୍ୱୂ କ୍ଷେତ୍ରର ଛାତ୍ର- ଅଧ୍ୟାପକ ଓ ବୃତି ଧାରୀ ମାନେ ସକ୍ରିୟ ଭାବରେ ଏଥିରେ ଯୋଗଦାନ ଦେବେ

ଭୁବନେଶ୍ୱର, ୦୪ ଅଗଷ୍ଟ ୪-୮ (ଓଡ଼ିଆ ପୁଅ): – ପୂର୍ବ ଭାରତ ବିଶେଷ ଭାବରେ ଓଡିଶାରେ ନୂଆ ଅର୍ଥନୀତିର ଇକୋ ସିଷ୍ଟମକୁ ସୁଦୃଢ କରି ଯୁବ ପୀଢୀ ପାଇଁ ନୂଆ ରୋଜଗାର ସୁଯୋଗ ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବ ଭାରତର ପ୍ରଥମ ସେକେଣ୍ଡାରୀ ଡାଟା ସେଂଟରର ଉଦଘାଟନ ଅବ୍ୟବହିତ ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଭୂତତ୍ୱ, ଭୂ ପଦାର୍ଥ ବିଜ୍ଞାନ ଛାତ୍ର- ଛାତ୍ରୀ, ଅଧ୍ୟାପକ ତଥା ଏହି କ୍ଷେତ୍ରରେ କାମ କରୁଥିବା ବୃତିଧାରୀ ମାନଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେରିକାର ପେନସିଲଭାନିଆରେ ଭୂପୃଷ୍ଠକୁ ଡ୍ରିଲିଂ କରି ପେଟ୍ରୋଲଜାତ ଦ୍ରବ୍ୟର ଅନୁସନ୍ଧାନ ପାଇଁ ଡାଟା ଏକାଠି କରିବା ଅଳ୍ପ କେତେ ବର୍ଷ ପରେ ଭାରତରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ା ଉପଲବ୍ଧ ଡାଟାକୁ ନୂଆ ନୂଆ ଉପାୟରେ ବିଶ୍ଲେଷଣ କରା ଯିବା କାରଣରୁ ଆମେରିକା ଏହି କ୍ଷେତ୍ରରେ ଢେର ଆଗକୁ ଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ବ୍ୟବସୀୟ ସହାୟକ ନୀତି ନିର୍ଧାରଣ କରା ଯାଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଅନୁସନ୍ଧାନ ଓ ଲାଇସେନ୍ସକୁ ସରଳ କରା ଯାଇଛି। ଏହି ବ୍ୟବସାୟିକ ସଂସ୍ଥା ମାନଙ୍କୁ ଉପଲବ୍ଧ ଡାଟାର ବିଶ୍ଲେଷଣାତ୍ମକ ତଥ୍ୟ ଉପଲବ୍ଧ କରାଇଲେ ସେମାନେ ଏହି କ୍ଷେତ୍ରରେ ପୂଂଜି ନିବେଶ କରିବା ପାଇଁ ଆଗ୍ରହୀ ହେବେ।

ସମ୍ପୂର୍ଣ ପୂର୍ବ ଭାରତରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା ଡାଟା ସେଂଟର ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଶାର ଜିଓଲୋଜିର ଛାତ୍ର – ଛାତ୍ରୀ ଓ ଅଧ୍ୟାପକ ମାନେ କେବଳ ଥ୍ୟୋରି ଆଧାରିତ ନୁହେଁ ଏହି ଡାଟା ସେଂଟରର ଡାଟା ରୁମକୁ ଓଡିଶାର ପିଲା ମାନଙ୍କ ପାଇଁ ମାଗଣାରେ ଖୋଲା ଯିବ। ଯଦି ନୂଆ ପୀଢୀର ଛାତ୍ର ଛାତ୍ରୀ ମାନେ ଏହାର ବିଶ୍ଲେଷଣ କରି ନୂଆ ରାସ୍ତା କାଢିବେ ତା ହେଲେ ଓଡିଶାର ତୈଳଜାତ ଦ୍ରବ୍ୟ ଅନୁସନ୍ଧାନ ଓ ଉତ୍ପାଦନ ଓ ଏହା ସହ ସଂଶ୍ଲିଷ୍ଟ ଅନେକ କ୍ଷେତ୍ରରେ ଓଡିଶାର ଆର୍ଥିକ ବିକାଶର ପଥ ପରିଷ୍କାର କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରର ଡାଟା ସେଂଟର କେବଳ ସରକାରଙ୍କ ଏକ ଉଦ୍ୟମ ଭାବେ ସୀମିତ ହେବ ନାହିଁ ଯଦି ଭୂତତ୍ୱୂ କ୍ଷେତ୍ରର ଛାତ୍ର- ଅଧ୍ୟାପକ ଓ ବୃତି ଧାରୀ ମାନେ ସକ୍ରିୟ ଭାବରେ ଏଥିରେ ଯୋଗଦାନ ଦେବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ୮୦ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ଏଲପିଜି ସଂଯୋଗ ହେବ। ଓଡିଶାରେ ରିଫାଇନାରୀ ଅଛି, ପାଇପଲାଇନ ଅଛି, ବାୟୋ ଫୁଏଲ ପ୍ରକଳ୍ପ ଆରମ୍ଭ ହେଉଛି। ଓଏନଜିସି ଓ ଓଆଇଏଲ ଓଡିଶାରେ ତୈଳ ଅନୁସନ୍ଧାନ କାର୍ଯ୍ୟ ପାଇଁ ଆଗ୍ରହୀ। ମହାନଦୀ ବେସିନରେ ପ୍ରଚୁର ପେଟ୍ରୋଲିୟମ ଜାତ ଦ୍ରବ୍ୟ ମହଜୁଦ ଥିବାର ପ୍ରମାଣ ମିଳୁଛି। ଏ ସବୁକୁ ମିଶାଇଲେ ଏହା ଓଡିଶାର ପ୍ରଗତି ପାଇଁ ରାସ୍ତା ଫିଟାଇବା ନିକଟ ଅତୀତରେ ତାଇବାନ ପ୍ରତିନିଧି ଦଳ ତାଙ୍କୁ ନୂଆଦିଲ୍ଲୀରେ ଦେଖା କରିବା ପରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ ପାଇଁ ପାରାଦୀପ ରିଫାଇନାରୀ ବୁଲି ଦେଖିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ରିଫାଇନାରୀରୁ ପଲିପ୍ରପଲିନ ଉତ୍ପାଦିତ ହେଉଛି। ଏହାର ଡାଉନଷ୍ଟ୍ରିମ ଶିଳ୍ପର ବ୍ୟାପକ ସମ୍ଭାବନା ରହିଛି। ଭାରତୀୟ ତୈଳ ନିଗମର ସହାୟତାରେ ଭୁବନେଶ୍ୱରରେ ଇଣ୍ଡିଆନ କେମିକାଲ ଟେକ୍ନଲଜି (ଆଇସିଟି) କ୍ୟାମ୍ପସ ପ୍ରତିଷ୍ଠା ହେଉଛି। ଏହା ସବୁ ଓଡିଶାର ନୂଆ ପୀଢୀ ଓ ଅର୍ଥନୀତି ପାଇଁ ସହାୟକ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top