ଓଡ଼ିଶା

ଓଡିଶାରେ ଅଟୋମୋବାଇଲ ଶିଳ୍ପ ତଥା ଅନୁସନ୍ଧାନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ଅଟୋମୋବାଇଲ ନିର୍ମାତାଙ୍କର ୫୮ ତମ ସର୍ବଭାରତୀୟ ସମ୍ମିଳନୀ

ନୂଆଦିଲୀ/ଭୁବନେଶ୍ୱର, ୬ ସେପ୍ଟେମ୍ବର(ଓଡ଼ିଆ ପୁଅ)-ଅଟୋମୋବାଇଲ ନିର୍ମାତାଙ୍କର ୫୮ ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଇ ପୂର୍ବଭାରତ ବିଶେଷ ଭାବରେ ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟରେ ଅଟୋମୋବାଇଲ ବିନିର୍ମାଣ ଶିଳ୍ପ ତଥା ଏହି କ୍ଷେତ୍ରରେ ଅନୁସନ୍ଧାନ ଓ ବିକାଶ ପାଇଁ ପ୍ରକଳ୍ପ କରିବା ଲାଗି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ନୂଆଦିଲୀ ଠାରେ ଏହି ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଦେଶରେ ଅଟୋମୋବାଇଲ ଶିଳ୍ପ ନିଯୁକ୍ତି ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ଗିରୁତ୍ୱପୂର୍ଣô ଭୂମିକା ନେଇଛି। ଏହି ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କୁ ପ୍ରଂଶସା କରି ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଅଟୋମୋବାଇଲ ଶିଳ୍ପ ଭାରତର ଜିଡିପି ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ସହ ବିଶ୍ୱର ଦ୍ରୁତଭାବେ ବଢୁଥିବା ଅର୍ଥନୀତି ଭାବେ ଆମ ଦେଶକୁ ପରିଚୟ ଦେଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଭାରତ ପାଇଁ ଗୁରୁତ୍ୱ, ପୂର୍ବଭାରତର ରାଜ୍ୟ ସମୂହର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଗତ ୪ ବର୍ଷରେ ପୂର୍କଭାରତ ରାଜ୍ୟ ଗୁଡିକରେ ଭିତିଭୂମି, ଲଜିଷ୍ଟିକ ଓ ଦକ୍ଷତା ସମ୍ପନ୍ନ ମାନବସମ୍ବଳରେ ଦ୍ରୁତ ଅଭିବୃଦ୍ଧି ଘଟିଛି।

ଶ୍ରୀ ପ୍ରଧାନ କହିଛନ୍ତି ଅଟୋ ମୋବାଇଲ ଶିଳ୍ପରେ ସ୍କିଲ ଇକୋ ସିଷ୍ଟମକୁ ମଜଭୂତ କରିବା ପାଇଁ ମେକାନିକ ଓ ଡ୍ରାଇଭର ମାନଙ୍କର ଦକ୍ଷତା ବୃଦ୍ଧିକରି ଉତ୍ପାଦନରେ ବୃଦ୍ଦି କରିବା ସହ ନିଯୁକ୍ତି ସୁଯୋଗର ସଂମ୍ପ୍ରସାରଣ କରିବା ପାଇଁ ଅଟୋମୋବାଇଲ ଶିଳ୍ପଦ୍ୟୋଗୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top