ଓଡିଆ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ମଧୁ ଜୟନ୍ତୀ

ଫୁଲବାଣୀ ୨୯/୪ (ଓଡ଼ିଆ ପୁଅ/ଅଶୋକ କୁମାର ମହାନ୍ତି) ଓଡିଆ ଭାଷା ଆନ୍ଦୋଲନ ସମିତି ପକ୍ଷରୁ ଆଜି ଉତ୍କଳ ଗୌରବଙ୍କ ଜନ୍ମ ତିଥୀରେ ଫୁଲବାଣୀଠାରେ କଳାପତାକା ପ୍ରଦର୍ଶନ ପୂର୍ବକ ଓଡିଆ ଭାଷା ପ୍ରଚଳନ ନିମନ୍ତେ ସ୍ଳୋଗାନ ମାନ ଦିଆଯାଇଥିଲା।ସମିତି ପକ୍ଷରୁ ମଧୁ ଉଦ୍ୟାନଠାରେ ଥିବା ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏ ଅବସରରେ ଏକ ଆଲୋଚନାରେ ଅଂଶ ଗ୍ରହଣ କରି ବକ୍ତାମାନେ ସ୍ୱାଧୀନ ଭାରତରେ ଭାଷା ଭିତ୍ତିରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଯେବେ ପରିଗଣିତ ହେଲା ସେତବେଳେ ଆଶା କରାଯାଇଥିଲା ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ ବୋଲି କହିଥିଲେ। ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରଥିବା ମହାମନିଷୀ ମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୂସୂଦନଙ୍କ ଦାନ ଅତୁଳନୀୟ। ଦେଶ ସ୍ୱାଧୀନ ହେବା ପରେ ନବକୃଷ ଚୌଧରୀଙ୍କ ମୁଖ୍ୟମନ୍ତୀତ୍ୱ ସମୟରେ ଓଡିଶାର ଶାସନ କାର୍ଯ୍ୟ ଓଡିଆ ଭାଷାରେ ହେଉଥିଲା। ତେବେ ପରବର୍ତ୍ତୀ ସମୟରେ କେତେକ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଶାସନ କରିବାକୁ ଯେତେ ପରିମାଣରେ ବ୍ୟଗ୍ର ହେଲେ ନିଜ ମାତୃଭାଷାକୁ ସେତେଟା ପ୍ରାଧାନ୍ୟ ଦେଲେ ନାହିଁ। ଯଦିଓ ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷାର ବ୍ୟବହାର କରାଯାଉଛି, କିନ୍ତୁ ଉଚ୍ଚ ଶିକ୍ଷାରେ ମାତୃଭାଷାକୁ ଉଠାଇ ଦେବା ଓଡିଆ ଭାଷା ଭାଷୀଙ୍କୁ ଅଶ୍ଚର୍ଯ୍ୟ କରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଜିର କଳାପାତାକା ପ୍ରଦର୍ଶନରେ ବ୍ରହ୍ମାନନ୍ଦ ସାହାଣୀ, ଉମାଚରଣ ପ୍ରଧାନ, କୃଷ୍ନ କହଁର, ନାରାୟଣ ଆର୍ଜାଲି,ଏଲ ତ୍ରିନାଥ ପାତ୍ର, ରାଜକିଶୋର ପାଢୀ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। କନ୍ଧମାଳ ଜିଲାର ପ୍ରଶାସନିକ ସ୍ତରରେ ଓଡିଆ ଭାଷାରେ କାର୍ଯ୍ୟକ୍ରମ କରିବା , ନାମଫଳକ ମାନ ଓଡିଆରେ ଲେଖିବପାଇଁ ପତ୍ରାଳାପ କରାଯାାଇଥିବା ସମାଜସେବୀ ଅଶୋକ ପରିଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *