କୋରାପୁଟ

ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତି ପାଳିତ

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଓଡିଆ ନବବର୍ଷ ତଥା ହନୁମାନ ଜୟନ୍ତି ବା ପଣା ସଂକ୍ରାନ୍ତି ଖୁବ ଧୁମଧାମରେ ଆଜି କୋରାପୁଟ ଜିଲାବାସୀ ପାଳନ କରୁଛନ୍ତି ।ଏହି ଉପଲକ୍ଷେ ଜିଲାର ସମସ୍ତ ହନୁମାନ ମନ୍ଦିରରେ ଆଜି ସକାଳୁ ପ୍ରବଳ ଜନ ସମାଗମ ହୋଇଥିବାବେଳେ ସମଗ୍ର ଜିଲା ଉସôବ ମୁଖର ହୋଇ ଉଠିଛି ।ଏପରିକି ପ୍ରବଳ ଗ୍ରାଷ୍ମ ପ୍ରବାହ ସତ୍ୱେ ଶ୍ରଦ୍ଧାଳୁ ମନ୍ଦିରରେ ଯାଇ ଓଡିଆ ନବବର୍ଷରେ ଠାକୁର ଦର୍ଶନ ଓ ପୂଜାର୍ଚନା କରିଛନ୍ତି । କୋରାପୁଟ ସହରର ପୂଜାରୀପୁଟ,ଗୌତମନଗର,ଗାନ୍ଧି ନଗର,ଧୋବାସାହି ଛକ,ଓଏସଏପି ୩ୟ ବାଟାଲିଅନ ହନୁମାନ ମନ୍ଦିର ଏବଂ ଡୁମୁରିପୁଟ ରାମ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ହନୁମାନ ଜୟନ୍ତି ପାଳନ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଛି । ସଦର ବ୍ଲକ ଡୁମୁରିପୁଟ ରାମ ମନ୍ଦିରର ୩୫ଫୁ ହନୁମାନ ମୂର୍ତି ଓ ଦାମନଯୋଡିରେ ୧୦୮ ଫୁଟ ଉଚତା ହନୁମାନ ମୂର୍ତି ଦେଖିବାକୁ ଲୋକଙ୍କ ଭିଡ ଜମିଛି । ଏହା ବ୍ୟତୀତ ଜିଲାର ଜୟପୁର ସହର ସମେତ ସେମିଲିଗୁଡା,ଲମତାପୁଟ,ନନ୍ଦପୁର ଅଂଚଳରେ ଧୁମଧାମରେ ହନୁମନ ଜୟନ୍ତି ପାଳିତ ହୋଇଥିବାବେଳେ ସ୍ୱେଚ୍ଛାସେବୀ,ବ୍ୟବସାୟିକ ସଂଘ,ବିଭିନ୍ନ ଯୁବକ ସଂଘ ପକ୍ଷରୁ ପଣା ଦିଆ ଯାଉଛି । ଡୁମୁରିପୁଟ ରାମ ମନ୍ଦିରରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପକ୍ଷରୁ ୧୦୮ ହନୁମାନ ଚାଳିଶା ପାଠ କରା ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top