ଓଡିଆ, ଆସାମ ଓ ମଣିପୁରୀ ସହ ୧୩ ଭାଷାରେ ଉପଲବ୍ଧ ହେଲା ପିଏମ ଇଣ୍ଡିଆ ବହୁଭାଷୀ ୱେବସାଇଟ

ନୂଆଦିଲ୍ଲୀ ୧-୧-୧୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ୱେବସାଇଟ www.pmindia.gov.inର ଆସାମ ଓ ମଣିପୁରୀ ସଂସ୍କରଣକୁ ଆଜି ଶୁଭାରମ୍ଭ କରାଯାଇଛି। ଆସାମ ଓ ମଣିପୁର ରାଜ୍ୟର ଲୋକଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀଙ୍କ ଏହି ଆଂଚଳିକ ୱେବସାଇଟ ଆରମ୍ଭ ହୋଇଛି।

ଏହି ଦୁଇଟି ଭାଷାଭିତିକ ୱେବସାଇଟ କୁ ମିଶାଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟ ଏବେ ୧୧ ଟି ଆଂଚଳିକ ଭାଷାରେ ଉପଲବ୍ଧ ହେଉଛି। ଆଂଚଳିକ ଭାଷାର ଏହି ୱେବସାଇଟଗୁଡିକ ହେଲା- ଅହମୀୟ/ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନାଡା, ମାଲୟାଲାମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ୱେବସାଇଟ। ଏଥିସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ ଉପଲବ୍ଧ ହେଉଛି।

ଏଗାରଟି ଆଂଚଳିକ ୱେବସାଇଟକୁ ନିମ୍ନରେ ପ୍ରଦତ ଲିଙ୍କ ଯୋଗେ ଦେଖିପାରିବେ –

ଅହମୀୟ/ଆସାମୀ ଭାଷା: http://www.pmindia.gov.in/asm/
ବଙ୍ଗଳା ଭାଷା: http://www.pmindia.gov.in/bn/
ଗୁଜରାଟୀ ଭାଷା: http://www.pmindia.gov.in/gu/
କନ୍ନାଡା ଭାଷା: http://www.pmindia.gov.in/kn/
ମରାଠୀ ଭାଷା: http://www.pmindia.gov.in/mr/
ମାଲୟାଲାମ ଭାଷା: http://www.pmindia.gov.in/ml/
ମଣିପୁରୀ ଭାଷା: http://www.pmindia.gov.in/mni/
ଓଡିଆ ଭାଷା: http://www.pmindia.gov.in/ory/
ପଞ୍ଜାବୀ ଭଷା: http://www.pmindia.gov.in/pa/
ତାମିଲ ଭାଷା: http://www.pmindia.gov.in/ta/
ତେଲୁଗୁ ଭାଷା : http://www.pmindia.gov.in/te/

ଦେଶର ଜନସାଧାରଣଙ୍କୁ ନିଜ ମାତୃଭାଷାରେ ତଥ୍ୟ ଓ ସୂଚନା ପ୍ରଦନା ପୂର୍ବକ ସେମାନଙ୍କ ନିକଟତର ହେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। ବିଭିନ୍ନ ବିକାଶ ଓ ଜନମଙ୍ଗଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଲୋକଙ୍କ ମଧ୍ୟରେ ସୂଚନା ଓ ମତ ବିନିମୟର ଧାରାକୁ ପରିବ୍ୟାପ୍ତ କରିବା ଦିଗରେ ଏହି ଆଂଚଳିକ ୱେବସାଇଟଗୁଡିକ ବିଶେଷ ଭାବେ ସହାୟକ ହେବେ।

Leave a Reply

Your email address will not be published. Required fields are marked *