ଓଡିଆରେ ନାମଫଳକ ନଲେଖିଲେ ଆଦାୟ ହେବ ଜରିମାନା

ପୁରୀ, ୦୬/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଆ ଭାଷାରେ ନାମ ଫଳକ ଲେଖିବାକୁ ରାଜ୍ୟ ସରକାର ନେଇଥିବା କ୍ୟାବିନେଟ୍ ନିଷ୍ଫତି କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଶୁକ୍ରବାରଦିନ ସ୍ଥାନୀୟ ଗୋପବନ୍ଧୁ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ୍ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଳାପାଳ ଶ୍ରୀ ଅଗ୍ରୱାଲ୍ ଯୋଗଦେଇ ତୁରନ୍ତ କିଭଳି ସରକାରଙ୍କ ନିଷ୍ପତି କୁ କାର୍ଯ୍ୟକାରୀ କରାଯିବ ସେ ସଂମ୍ପର୍କରେ ଉପସ୍ଥିତ ଏନଜିଓ ସଂଗଠନ, ହୋଟେଲ୍ ମାଲିକ.କାଉନ୍ସିଲର ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶାସନ ଚାହିଁଲେ ଏହା ସଫଳ ହେବ ନାହିଁ, ଲୋକମାନେ ସ୍ୱତସ୍ଫୃତ ଭାବେ ନିଜ ଭାଷାକୁ ବଞ୍ଚାଇବାକୁ ପଡିବ। ସ୍ୱାଭିମାନୀ ହେଲେ ଯାଇ ଭାଷା ବଂଚିପାରିବ। ସରକାରଙ୍କ ଅଭିଯାନ ସଫଳ ହେବ ବୋଲି ସେ କହିଥିଲେ। ବଳପୂର୍ବକ ଏହା କରାଯାଇପାରିବ ନାହିଁ, ସମସ୍ତେ ନିଜ ଆଡୁ ଆଗ୍ରହ ଦେଖାଇଲେ ଅଭିଯାନ ସଫଳ ହେବ। ପୁରୀ ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଅନ୍ୟ ଭାଷା ସହିତ ଓଡିଆ ଭାଷା କୁ ପ୍ରଧାନ ଦିଆଯିବ। ବଡଦାଣ୍ଡ ବେଳାଭୂମି ଅଚଂଳରେ ଥିବା ସମସ୍ତ ହୋଟେଲ୍ ଓଡିଆ ରେ ନିଜର ନାମ ଫଳକ, ସାଇନ୍ବୋର୍ଡ ଲେଖାଯିବ। ଏ ନେଇ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯିବ। ପୁରୀ ବଡଦାଣ୍ଡ ସ୍କୁଲ୍ ଛାତ୍ରଛାତ୍ରୀ, ସ୍ୱେଛାସେବୀ ସଂଗଠନମାନେ ଏଥିରେ ସାମିଲ ହେବେ। ସମସ୍ତେ ଏ ଦିଗରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ। ଜିଲ୍ଳାପାଳ ଙ୍କ ସମେତ ଉପଜିଲ୍ଲାପାଳ ମଧୁସୂଦନ ଦାଶ, ପିଡି ଡିଆରଡିଏ ଡକ୍ଟର ଉଦ୍ଧବ ଚରଣ ମାଝି, ପୌରଧ୍ୟକ୍ଷ ଜୟନ୍ତ ଷଡଙ୍ଗୀ, ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇଙ୍କ ସମେତ ହୋଟେଲ୍ ମାଲିକମାନେ ଉପସ୍ଥିତ ଥିଲେ।ବୈଠକରେ ପୁରୀ ସହରର ଆବର୍ଜନା ପଲଥିନ୍ କୁ ନେଇ ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *