ଓଡାପଡା ମହାବିଦ୍ୟାଳୟରେ ନାଟକ ‘ରେବତୀ ଏବତୀ ସେବତୀ’ ମଂଚସ୍ଥ

ଢେଙ୍କାନାଳ, ୨୨/୧୧ (ଓଡିଆପୁଅ/ମାନସ ରାଉତ) : ସୁଜାତା ପ୍ରିୟମ୍ବଦାଙ୍କ ପକ୍ଷରୁ ଡେଙ୍କାନାଳ ହିନେ୍ଦାଳସ୍ଥିତ ଓଡାପଡା ପଂଚାୟତ ସମିତ ମହାବିଦ୍ୟାଳୟରେ ନାଟକ ‘ରେବତୀ ଏବତୀ ସେବତୀ’ ମଂଚସ୍ଥ ହୋଇଯାଇଛି । ଏହି ଏକକ ଅଭିନୟ ବିଶିଷ୍ଠ ନାଟକଟି ସୁଜାତା ଗତକାଲିର ଫକୀର ମୋହନଙ୍କ ରଜିତ ନାଟକରେ ରେବତୀ ଏବଂ ଆଜିର ଯୁଗରେ ଝିଆ ମାନଙ୍କ ଚରିତ୍ରଙ୍କ ବେଶ୍ ଭଲ ଭାବରେ ନିଜର ଅଭିନୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଖରେ ଉପସ୍ଥାପିତ କରିଥିଲେ । କିଭଳି ରେବତୀ ନାଟକରେ ରେବତୀର ମୃତୁ୍ୟ ହେଉଥିବା ବେଳେ ଏହି ନାଟକରେ ତାହାର ମୃତୁ୍ୟ ନହୋଇ ବରଂ ସେ କିଭଳି ଏବତୀ ଏବଂ ସେବତୀ ହୋଇ ସଫଳତା ପାଇପାରୁଛି ତାହାକୁ ଖୁବ ନିଖୁଣ ଭାବରେ ଉପସ୍ଥାପନା କରାଯାଇଛି ଏହି ନାଟକରେ । ଏହାକୁ ସାଥୀ ସୁବୋଧ ରଚନା କରିଥିବା ବେଳେ ସାଥିରେ ଅନ୍ୟଦୁଇଜଣ କଳାକାର ସହଯୋଗ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ପଣ୍ଡା ଏହାକୁ ଉଦଘାଟନ କରିଥିଲେ । ଶେଷରେ ସୁଜାତା ପ୍ରିୟମ୍ବଦାଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାକୁ ଓଡିଆ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ପରିଚାଳନା କରିଥିବା ବେଳେ ମହାବଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକାଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *