ଓଡ଼ିଶା

ଓଡ଼ିଶା ରାଜ୍ୟ ଦ୍ରବ୍ୟ ଏବଂ ସେବା ଟିକସ ଆଇନ ଅନ୍ତର୍ଗତ ଆନୁସଂଗିକ ନିୟମାବଳୀରେ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଜି.ଏସ.ଟିର ପ୍ରବର୍ତ୍ତନ ଫଳରେ ପ୍ରଚଳିତ ବହୁସ୍ତରୀୟ ତଥା ଜଟିଳ ପରୋକ୍ଷ ଟିକସ ବ୍ୟବସ୍ଥାର ପରିବର୍ତ୍ତନ ହୋଇ ଏକ ସରଳ, ସ୍ୱଚ୍ଛ ଏବଂ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଟିକସ ବ୍ୟବସ୍ଥାର ପୁନଃସ୍ଥାପନ ହେଲା।

 

ଓଡ଼ିଶା ଦ୍ରବ୍ୟ ଏବଂ ସେବା ଟିକସ (OGST) ଆଇନ, ୨୦୧୭ (Odisha Goods & Services Tax Act, 2017) ରାଜ୍ୟରେ ତା ୦୧.୦୭.୨୦୧୭ ରିଖଠାରୁ ବିବଦ୍ଧ ଭାବରେ ପ୍ରଚଳିତ ହୋଇଅଛି।

ତା ୦୨.୦୮.୨୦୧୭ ରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ମନ୍ତ୍ରୀମଣ୍ଡଳଙ୍କ ୪୩ତମ ବୈଠକରେ ଓଡିଶା ଦ୍ରବ୍ୟ ଏବଂ ସେବା ଟିକସ ଆଇନ, ୨୦୧୭ ଆନୁକୁଲ୍ୟରେ ନୂତନ ଟିକସ ଆରୋପଣ ଅଥବା ଟିକସ ହାରରେ ପରିବର୍ତ୍ତନ, ଟିକସରୁ ଅବ୍ୟାହତି ଅଥବା ରିହାତି ସମ୍ବନ୍ଧରେ ରାଜ୍ୟ ଜି.ଏସ.ଟି ପରିଷଦର ଅନୁମୋଦନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ନିଷ୍ପତ୍ତିକୁ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶିତ ହେବାର ପ୍ରସ୍ତାବ ଅନୁମୋଦିତ ହୋଇଥିଲା।

ରାଜ୍ୟ ଦ୍ରବ୍ୟ ଏବଂ ସେବା ଟିକସ ଆଇନ, ୨୦୧୭ର କାର୍ଯ୍ୟାନ୍ୱୟନ ହେବାପରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀ (Odisha Government Rules of Business)ର ପ୍ରଥମ ଅନୁସୂଚୀର କ୍ରମିକ ସଂଖ୍ୟା III – ଅର୍ଥ ବିଭାଗ ସମ୍ପର୍କୀତ ବିଷୟ ସମୁହ ଏବଂ ଦ୍ୱିତୀୟ ଅନୁସୂଚୀ ଅନ୍ତର୍ଗତ ଆନୁସଂଗିକ ନିୟମାବଳୀରେ ସଂଶୋଧନ ନିମନ୍ତେ ସଦୟ ଅନୁମୋଦନ ପ୍ରଦାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top