ଓଡ଼ିଶା

ଓଡ଼ିଶା ‘‘ ଜିଓ ସ୍ପାସିଆଲ୍ ଓ୍ୱାର୍ଲ୍ଡ ଏକ୍ସଲେନ୍ସ ପୁରସ୍କାର ପାଇଲା

ଓର୍ସାକ୍ ର ବୈଜ୍ଞାନିକ ଏବଂ ଖଣି ଓ ଇସ୍ପାତ୍ ବିଭାଗୟର ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୩୧-୧-୧୮ (ଓଡ଼ିଆ ପୁଅ) ଓଡ଼ିଶା ‘‘ଜିଓ ସ୍ପାସିଆଲ୍ ଓ୍ୱାର୍ଲ୍ଡ ଏକ୍ସଲେନ୍ସ୍ ପୁରଷ୍କାର-୨୦୧୮” ରେ ପୁରଷ୍କୃତ ହୋଇଛି। ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ଭୁକୈନ୍ଦ୍ରିକ ବୈଷୟିକ କୌଶଳ ପ୍ରୟୋଗ କରି ସିଧାସଳଖ ନଜର ରଖିବା ସହ ଖଣିଜ ପଦାର୍ଥର ଚୋରା କାରବାରକୁ ରୋକିବାରେ ସଫଳତା ପାଇଁ ରାଜ୍ୟକୁ ଏହି ପୁରଷ୍କାର ମିଳିଛି। ଇତି ମଧ୍ୟରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଜିଓ ସ୍ପାସିଆଲ୍ ଓ୍ୱାର୍ଲ୍ଡ ଫୋରମ୍ ସମ୍ମିଳନୀରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଓ୍ୱାଇ.ଏସ୍.ଚୌଧରୀ ରାଜ୍ୟକୁ ଏହି ପୁରଷ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍ସାକ୍) ର ବରିଷ୍ଠ ବୈଜ୍ଞାନିକ ଡ଼ଃ ପ୍ରଦୀପ୍ତ କୁମାର ମିଶ୍ର ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରଷ୍କାର ଗ୍ରହଣ କରିଥିଲେ। ଖଣିଜ ପଦାର୍ଥ ଉପିାଦନ ଓ ପରିବହନର ସ୍ୱଚ୍ଛ ପରିଚାଳନାରେ ବୈଷୟିକ ଜ୍ଞାନ କୌଶଳର ସଫଳ ପ୍ରୟୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଓରସାକ୍ ର ବୈଜ୍ଞାନିକଙ୍କ ସମେତ ଖଣି ଓ ଇସ୍ପାତ୍ ବିଭାଗର ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଜି.ପି.ଏସ୍ ସଂଯୋଜିତ ଏହି ଆଇ-ଥ୍ରୀ-ଏମ୍-ଏସ୍ ସଫଟ୍ ଓୟାର୍ କୁ ଓର୍ସାକ୍ର ବୈଜ୍ଞାନିକ ମାନେ ଖଣି ଓ ଇସ୍ପାତ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଓର୍ସାକ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ୍ ତ୍ରୀପାଠୀ ଏକ ଖଣି ନିର୍ଦ୍ଦେଶକ ଶ୍ରୀ ଦୀପକ ମହାନ୍ତିଙ୍କ ତତ୍ତ୍ୱାବଧନରେ ପ୍ରସ୍ତୁତ କରିଛନ୍ତି।

ସଫଟ୍ ଓୟାର୍ କୁ େଓ୍ୱବ୍ସାଇଟ୍ ଭିତ୍ତିକ କରାଯାଇଛି। ଏହା ମାଧ୍ୟମରେ ଖଣି ଓ ଇସ୍ପାତ୍ ବିଭାଗ ୪୩୦୦୦ ଖଣିଜ ପରିବହନକାରୀ ଟକ୍ ଉପରେ ସିଧାସଳଖ ନଜର ରଖୁଛନ୍ତି। ଖଣିଜ ପଦାର୍ଥ ଉତ୍ତୋଳନ ଠାରୁ ଆରମ୍ଭ କରି ରେଳବାଇ, ବନ୍ଦର ବା ଖଣିଜ ପଦାର୍ଥ ବ୍ୟବହାରକାରୀ ଶିଳ୍ପାନୁଷ୍ଠାନ ପାଖରେ ପହୁଞ୍ଚାଣ ପର୍ଯ୍ୟନ୍ତ ସଂପୂର୍ଣ୍ଣ  ଗତିବିଧି ଉପରେ ନଜର ରଖା ଯାଉଛି। ବ୍ୟବସ୍ଥା ସହ ସଂପୃକ୍ତ ଖଣି ଲିଜ୍ ଧାରୀ, ଡ଼ିଲର, ସରକାରୀ ବିଭାଗ, ଆର.ଟି.ଓ, ରେଳବାଇ, ବନ୍ଦର, ବାଣିଜ୍ୟକର ଆଦି ବିଭାଗ ଆଦିଙ୍କୁ ସଂଯୋଜିତ କରାଯାଇଛି।

ଭୁକୈନ୍ଦ୍ରିକ ବୈଜ୍ଞାନିକ ଡ଼ଃ ମିଶ୍ର କହିଛନ୍ତି ଯେ ଗତିଶୀଳ ଗାଡି ଗୁଡିକ ଉପରେ ଏତେ ବ୍ୟାପକ ସଂଙ୍ଖ୍ୟାରେ ଜି.ପି.ଏସ୍. ଲଗାଇ େଓ୍ୱବ୍ସାଇଟ୍ ସହ ସଂଯୁକ୍ତ କରିବା ଭାରତରେ ପ୍ରଥମ ଥର ପାଇଁ କରାଯାଉଛି। ଖଣି ନିର୍ଦ୍ଦେଶକ ଶ୍ରୀ ଦୀପକ ମହାନ୍ତି କହିଛନ୍ତି ଯେ ଏହି ଅନ୍ଲାଇନ୍ ସଫଟ୍ଓୟାର ଖଣି ମାନଙ୍କରେ ଥିବା ୩୯୨ ବୈଦୁତିକ ‘େଓ୍ୱ-ବ୍ରିଜ୍” ଏବଂ ଖଣିଜ ପଦାର୍ଥ ବ୍ୟବହାର କରୁଥିବା ଶିଳ୍ପାନୁଷ୍ଠାନ ମାନଙ୍କର ୬୯୯ ‘େଓ୍ୱ-ବ୍ରିଜ” ସହ ସଂଯୁକ୍ତ କରାଯାଇଛି। ବର୍ତ୍ତମାନ ସମସ୍ତ ଇ-ପରମିଟ୍ ଏବଂ ଡ଼ିଲର-ଲାଇସେନ୍ସ୍ ଏହି ସଫଟ୍ଓୟାର ମାଧ୍ୟମରେ ଅନ୍ଲାଇନ୍ ରେ ଦିଆଯାଉଛି। ଏହି ବ୍ୟବସ୍ଥା ଖଣିଜ ପଦାର୍ଥ ଚୋରା କାରବାର ବନ୍ଦ କରିବାରେ ବହୁତ ସହାୟକ ହୋଇଛି ବୋଲି ମଧ୍ୟ ଶ୍ରୀ ମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top