ଓଡ଼ିଶା କାରାଗାର ସେବା (ଚୟନ ପଦ୍ଧତି ଓ ସେବା ସର୍ଭାବଳୀ) ନିୟମାବଳୀ, 2012ର ସଂଶୋଧନ

ଭୁବନେଶ୍ୱର ୯-୨ (ଓଡ଼ିଆ ପୁଅ) କ୍ୟାବିନେଟ୍ ମଞ୍ଜୁରୀ: ଓଡ଼ିଶା କାରାଗାର ସେବା (ଚୟନ ପଦ୍ଧତି ଓ ସେବା ସର୍ଭାବଳୀ) ନିୟମାବଳୀ, 2012 ଅନୁସାରେ ଓଡ଼ିଶା କାରାଗାର ସେବାର ବିଭିନ୍ନ ବର୍ଗର ପଦବୀ ଗୁଡିକୁ ପଦୋନ୍ନତି ନିମନ୍ତେ ପୃଥକ ପୃଥକ ବିଭାଗୀୟ ପଦୋନ୍ନତି କମିଟି ରହିଛି। ନିୟମ- 8(c) ଅନୁସାରେ ମଣ୍ଡଳ କାରାଗାର ଗୁଡିକର ବରିଷ୍ଠ ଅଧୀକ୍ଷକମାନଙ୍କର କାରାଗାର ଉପନିରୀକ୍ଷକ ପଦବୀକୁ ପଦୋନ୍ନତି ନିମନ୍ତେ ଗଠିତ ବିଭାଗୀୟ ପଦୋନ୍ନତି କମିଟିର ଅଧକ୍ଷ ମୁଖ୍ୟ ଶାସନ ସଚିବ ଅଟନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ କାର୍ଯ୍ୟାଳୟ ସ୍ମାରକ ସଂଖ୍ୟା 31897 dt.11.11.2013 ରେ ବିଭାଗୀୟ ପଦୋନ୍ନତି କମିଟି/ ପ୍ରବରଣ କମିଟି ଗୁଡିକର ଗଠନ ନିମନ୍ତେ ନୂଆ ମାର୍ଗଦର୍ଶିକା ପ୍ରଚଳନ କରିଛନ୍ତି ଯେଉଁଥିରେ ଏହା ଦର୍ଶାଯାଇଛି ଯେ Pay Band-3 ର ବେତନ ହାର ଅନ୍ତର୍ଭୁକ୍ତ ପଦବୀ ଗୁଡ଼ିକର ପଦୋନ୍ନତି ନିମନ୍ତେ ଗଠିତ ପଦୋନ୍ନତି କମିଟି/ପ୍ରବରଣ କମିଟିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାସନ ସଚିବମାନେ ଅଧକ୍ଷତା କରିବେ। ଏହି କମିଟିରେ ସଂପୃକ୍ତ ନିର୍ଦ୍ଦେଶାଳୟ ମୁଖ୍ୟ ଏବଂ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ/ଅତିରିକ୍ତ ଶାସନ ସଚିବ/ ଯୁଗ୍ଧ ଶାସନ ସଚିବ/ଉପ ଶାସନ ସଚିବ ସଭ୍ୟ ରହିବେ। ଯେହେତୁ କାରାଗାର ଉପନିରୀକ୍ଷକ ପଦବୀଟି Pay Band-3 ଅନ୍ତର୍ଗତ, ତେଣୁ ଓଡ଼ିଶା କାରାଗାର ସେବା (ଚୟନ ପଦ୍ଧତି ଓ ସେବା ସର୍ଭାବଳୀ) ନିୟମାବଳୀ, 2012ର ସଂଶୋଧନ ଆବଶ୍ୟକତା ଅନୁଭୂତ ହୋଇଥିବାରୁ ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅଞ୍ଜୁରୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *