ଓଡ଼ିଶାର ଗୌରବ ଶ୍ରୀ ରାଜନାରାୟଣ ପାତ୍ର

ବ୍ରହ୍ମପୁର:୨୩/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବେଙ୍ଗୁଲୁରୁ ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଏଫ. ଆଇ. ବି.ଏ. ୱିମେନ୍ସ ଏସିଆ କପ ବାସ୍କେଟ ବଲ ଚାମ୍ପିଅନସିପ୍  ଟୁର୍ଣ୍ଣାମେଣ୍ଟ ରେ ରେଫେରୀ ଭାବେ ବ୍ରହ୍ମପୁରର ଶ୍ରୀ ରାଜ ନାରାୟଣ ପାତ୍ର ମନୋନୀତ ହୋଇଛନ୍ତି। ଆସନ୍ତା ୨୯ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ବିଭିନ୍ନ ଦେଶରୁ ମୋଟ ୨୩ ଜଣ ରେଫେରୀ ନିଯୁକ୍ତ ହୋଇଛନ୍ତି। ଭାରତର ତିନିଜଣ ମଧ୍ୟରୁ ଓଡିଶାର ବ୍ରହ୍ମପୁରରୁ ଶ୍ରୀ ପାତ୍ର ସାମିଲ ରହିଛନ୍ତି।

ବ୍ରହ୍ମପୁର, ଓଡିଶା ଦଳର କୋଚ, ରେଫେରୀ ଓ ଟିମ ହେଡ଼ ଭାବେ ବିଭିନ୍ନ ସମୟରେ ବାସ୍କେଟ ବଲ ଦଳରେ ରହି ନିଜର କ୍ରୀଡା ପ୍ରତିଭାର ପରିଚୟ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତର ଟୁର୍ଣ୍ଣାମେଣ୍ଟ ରେ ରେଫେରୀ ହେବାର ସୁଯୋଗ ତାଙ୍କୁ ମିଳିଥିବାରୁ ବହୁ କ୍ରୀଡା ପ୍ରେମୀ, ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଶ୍ରୀ ପାତ୍ର ବ୍ରହ୍ମପୁର ଠାରେ ବି. ଏସ. ଏନ.ଏଲ. କାର୍ଯ୍ୟାଳୟରେ  ଜଣେ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି।

Leave a Reply

Your email address will not be published. Required fields are marked *