ଅପରାଧ

ଓଡ଼ିଆ ପୁଅର ପ୍ରଭାବ…… ବେଆଇନ ଭାବେ ୪୦ରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମିରୁ ମୂଲ୍ୟବାନ ଗଛ କାଟିଥିବାକୁ ନେଇ, ଘଟଗାଁ ବନ ବିଭାଗ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ବିଜୟ ମହାନ୍ତକୁ ଗିରଫ କରି କେର୍ଟ ଚାଲାଣ କରିଛି , ଗିରଫ ଡରରେ ପ୍ରଧାନ ଶିକ୍ଷକ ଫେରାର

ହରିଚନ୍ଦନପୁର,ତା୨୯.୦୩ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦେଓବନ୍ଧ ବନବିଭାଗ ଅଧିନସ୍ଥ ଜିରାଙ୍ଗ ଗ୍ରାମ ପଞ୍ଚାୟତର ପେଣ୍ଠଡହିି ଗ୍ରାମରେ ୩ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମିକୁ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ୪୦ରୁ ଉର୍ଦ୍ଧ୍ଵ ମୂଲ୍ୟବାନ ଗଛ କାଟି କୁକୁଡା ଫାର୍ମ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିର୍ତିକରି ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଘଟଣାର ସତ୍ୟାସତ ଦେଖିବା ପରେ ଓଡ଼ିଆ ପୁଅରେ ଗତ ୨୨ତାରିଖ ନିଉଜ ପ୍ରଶାରଣ କରାଯାଇଥିଲା । ନିଉଜ ପ୍ରଶାରଣ ହେବା ପରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ହରିଚନ୍ଦନପୁରର ଜଣେ ଦୈନିକ ଖବର କାଗଜର ଦଲାଲ ପ୍ରତିନିଧିଙ୍କ ସହ ହାତ ମିଶାଇବା ସହ ଘଟଗାଁର ଦୁଇଜଣ ଦଲାଲ ପ୍ରତିନିଧିଙ୍କୁ ଏକଜୁଟ କରି କେଶର ରଫାଦଫା କରିବାକୁ ଉଦ୍ୟମ କରିବା ସହ ଆମ ପ୍ରତିନିଧିଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରିଥିଲେ । ତାହାକୁ ନେଇ ହରିଚନ୍ଦନପୁର ,ଘଟଗାଁ ,ପାଟଣା ,ଢେଙ୍କିକୋଟ, ଆନନ୍ଦପୁରରୁ ୩୦ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଓ କଳିଙ୍ଗ ସେନାର ରାଜ୍ୟ ସଂପାଦକ ଜଗବନ୍ଧୁ ମହାନ୍ତ ମିଳିତ ଭାବେ ଘଟଗାଁ ରେଞ୍ଜର ଅଫସ ଘେରାଉ କରିବା ସହ କଳିଙ୍ଗ ସେନା ପକ୍ଷରୁ ଗିରଫ ଦାବି ପତ୍ର ଦେଇଥିଲେ । ଏହାକୁ ଭିର୍ତି କରି ଘଟଗାଁ ରେଞ୍ଜର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଜଙ୍ଗଲ ଜମିରୁ ବେଆଇନ ଭାବେ ଗଛ କାଟିଥିବାକୁ ନେଇ କୃଷ୍ଣଚନ୍ଦ୍ର ମହାନ୍ତ ଓ ପୁଅ ବିଜୟ କୁମାର ମହାନ୍ତଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏବଂ ପ୍ରଧାନ ଶିକ୍ଷକଙ୍କ ନିଲମ୍ବିତ ନିମନ୍ତେ ହରିଚନ୍ଦନପୁର ବ୍ଲକ ଶିକ୍ଷା ବିଭାଗକୁ ଚିଠି କରିଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଥିଲା । କେଶ ରୁଜୁ ବାବଦରେ କୃଷ୍ଣଚନ୍ଦ୍ର ମହାନ୍ତ ଓ ପୁଅ ବିଜୟ କୁମାର ମହାନ୍ତ ଜାଣିବାକୁ ପାଇବା ପରେ ଫେରାର ହୋଇରହିଥିବାରୁ ବନବିଭାଗ ଗିରଫ କରିବାରେ ବାରମ୍ବାର ବିଫଳ ହୋଇଥିଲେ । ୨୯ତାରିଖ ଗୁରୁବାର ସକାଳ ୯ଟା ସମୟରେ ପୁଅ ବିଜୟ କୁମାର ମହାନ୍ତ ନିଜ ଘରକୁ ଆସିଥିବାର କୌଣସି ସୂତ୍ରରୁ ସୂଚନା ପାଇ ଘଟଗାଁ ବନବିଭାଗ ଅଚାନକ ଚଢାଉ କରି ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ବନବିଭାଗକୁ ଚଖମା ଦେଖାଇ ଫେରାର ହୋଇଥିବାର ଜଣାପଡିଛି । ଗିରଫ ନହୋଇ ମନ୍ତ୍ରୀ ଚାପରେ ହାଇକୋର୍ଟରୁ ଜାମିନ ମଞ୍ଜର କରିବା ପାଇଁ ଚେଷ୍ଟା ଚଳାଇଥିବାର ଜଣାପଡିଛି । ଘଟଗାଁ ରେଞ୍ଜରଙ୍କ କହିବା ଅନୁସାରେ ଅତିଶିଘ୍ର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗ୍ରାମ ନିକଟରେ ଥିବା ଜଙ୍ଗଲ ଜମିଙ୍କୁ ବେଆଇନ ଭାବେ କାଟି ବିକ୍ରି କରିଥିବା ପ୍ରଧାନ ଶିକ୍ଷକଙ୍କୁ ବନବିଭାଗ ତରଫରୁ ଯଥାଶିଘ୍ର ଗିରଫ କରାନଗଲେ ଆଗାମୀ କାଲିରେ ରାଜରାସ୍ତାକୁ ଉହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିପ୍ରତି କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ବନବିଭାଗ ଅଧିକାରୀ ଦୃଷ୍ଟି ଦେଇ ଯଥାଶିଘ୍ର ଜଙ୍ଗଲ ଜମିରୁ ବେନିୟମ ଭାବେ ୪୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟିଥିବା ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ ଗିରଫ କରିବାକୁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top