ଓଡ଼ିଶା

ଓଡ଼ିଆ ପୁଅର ପ୍ରଭାବ: ଜିଲ୍ଲା ଚିକିତ୍ସାଧୀକାରୀ ସମସ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା ପ୍ରତିଶ୍ରୁତି ଦେଲେ: ସମ୍ପୃକ୍ତ ସରକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ବଲାଙ୍ଗୀର ୩୧-୭ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସହରର ଜଣେ ଅସହାୟ ଏଡ୍ସ ଆକ୍ରାନ୍ତ ମହିଳା ଗୁରୁତର ଭାବେ ମୃତ୍ୟୁ ଶହ ସଂଗ୍ରାମ କରୁଥିବା ନେଇ ଖବର ପ୍ରକାଶ କରା ଯାଇଥିଲା। ତେବେ କୌଣସି ସରକାରୀ ଅବା ବେସରକାରୀ ଅନୁଷ୍ଠାନ ତାଥା ଜିଲ୍ଲାର ସରକାରୀ କାର୍ଯ୍ୟରତ ସାଇ ଓ ଅନ୍ୟାନ୍ୟ ସଂସ୍ଥା ଉକ୍ତ ଗୁରୁତର ମହିଳାଙ୍କୁ ସହାୟତା ପ୍ରଦାନ କରିନଥିଲେ। ତେବେ କିଛି ସ୍ବେଚ୍ଛାସେବୀ ଗୁରୁବାର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ଗତ ୨୯ ତାରିଖରେ କରିଥିଲେ। ଡ଼ଃ ପ୍ରଦୀପ ନାୟକ ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କରି ତୁରନ୍ତ ବଲାଙ୍ଗୀର ନେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଅବଗତି ସତ୍ୱେ ରବିବାର ଛୁଟି କହି ଫୋନରେ ଆଳ ଦେଖାଇବା ପରେ ସ୍ବେଚ୍ଛାସେବୀମାନେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ସୁଜାତାରାଣୀ ମିଶ୍ରଙ୍କୁ ଅବଗତ କରାଇ ବଲାଙ୍ଗୀର ଜିଲ୍ଲା ଜନସେବା ସଂଘ ସଭାପତି ସତ୍ୟଜିତ ଷଡଙ୍ଗୀ ଓ କିଛି ସ୍ବେଚ୍ଛାସେବୀ ଉକ୍ତ ମହିଳାଙ୍କୁ ବଲାଙ୍ଗୀର ନେଇ ଭର୍ତ୍ତି କରିଛନ୍ତି। ତେବେ ଉକ୍ତ ଅସହାୟ ଗରୀବ ମହିଳାଙ୍କୁ ସମସ୍ତ ଚିକିତ୍ସା ସେବା ପ୍ରଦାନ କରିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜ୍ଞାନେନ୍ଦ୍ର ମିଶ୍ର ପ୍ରତିଶୃତି ଦେଇଛନ୍ତି। ତେବେ ଏ ନେଇ ବିଭିନ୍ନ ମହଲରେ ତୀଵ୍ର ଅସନ୍ତୋଷ ପ୍ରକାଶ ସହ ଉକ୍ତ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାର ଏପରି ମନମୁଖୀ କାର୍ଯ୍ୟ ର ତୀବ୍ର ସମାଲୋଚନା ସହ ନିନ୍ଦନୀୟ କାର୍ଯ୍ୟ ପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top