ଓଡ଼ିଶା

ଓଡ଼ିଆ ପୁଅର ପ୍ରଭାବ………. ଏକ ମାସରୁ ଉର୍ଦ୍ଧ୍ଵ ହେବ ଗଛ ଡାଳରେ ଜୀବନ ବିତାଉଥିବା ଅସହାୟ ମହିଳାଙ୍କୁ ଟମକା ଥାନା ନିଜ ହେପାଜତକୁ ନେଲା

ହରିଚନ୍ଦନପୁର,ତା ୨୧.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ସୀମାନ୍ତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟସ୍ଥ ଜନିନ୍ଦାପାଳ ବଜାର ନିକଟରେ ଏକ ଗଛ ଉପରେ ଚଢି ଜଣେ ଅପରିଚିତ ଅସହାୟ ମହିଳା ଏକ ମାସରୁ ଉର୍ଦ୍ଧ୍ଵ ହେବ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରିଆସୁଥିବା ଦେଖିବାକୁ ମିଳିଥିଲା ।

ତାହାକୁ ନେଇ ଓଡିଆ ପୁଅରେ ଗତ ୨୦ ତାରିଖ ଶୁକ୍ରବାର ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲା ଟମକା ଥାନା ଅଧିକାରୀ ଉକ୍ତ ମହିଳାକୁ ନିଜ ହେପାଜତକୁ ନେଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଖବର ଅନୁଯାୟୀ ଗଛ ଉପରେ ରହୁଥିବା ଅସହାୟ ମହିଳାକୁ ସେଠାକାର ଲୋକମାନେ ଦେଖିବା ପରେ ପୋଲିସ ବିଭାଗକୁ ଜଣାଇଥିଲେ ।

ସୀମାନ୍ତ ଅଞ୍ଚଳ ମଧ୍ୟରେ ଥିବା ଦୈତାରୀ ଥାନା ଓ ଟମକା ଥାନା ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଘଟଣା ବାବଦରେ ଦୈତାରୀ ଥାନା ଅଧିକାରିଣୀ ସସ୍ମିତା ଖିଲାର ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଘଟଣାଟି ତାଙ୍କ ଥାନା ଅଧିନରେ ନଥିବା ସହ କେନ୍ଦୁଝର ଜିଲ୍ଲା ମଧ୍ୟରେ ଯାଉନଥିବାର ଜଣାଇଛନ୍ତି ।

ଏନେଇ ମଧ୍ୟ ହରିଚନ୍ଦନପୁର ତହସିଲଦାର ସାନ୍ତିସୁଧା ପାତ୍ରଙ୍କ ସହ ଯୋଗା ଯୋଗ କରିବା ପରେ ତାହା କେନ୍ଦୁଝର ଜିଲ୍ଲା ମଧ୍ୟରେ ଯାଉନଥିବାର ଜାଣିଥିଲେ । ଘଟଣା ବାବଦକୁ ନେଇ ସେ ଥାନାରେ ଗୋଟିଏ ଷ୍ଟେସନ ଡାଏରି କରିଥିବାର ସୂଚନା ମିଳିଥିଲା ।

ସେହିପରି ଟମକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଛୁଟିରେ ଥିବା ବେଳେ ଏସ୍ଆଇ ପ୍ରଫୁଲ ଲାକ୍ରାକୁ ପଚାରିବାରୁ ଉକ୍ତ ଏରିଆ ତାଙ୍କ ଥାନା ପରିସର ଭୁକ୍ତ ନଥିବାର ସହ ଯାଜପୁର ଜିଲ୍ଲାରେ ଏରିଆ ହୋଇନଥିବାର ଦାବି କରିଥିଲେ ।

ଦୁଇ ଥାନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବାକୁ ନେଇ ଅସହାୟ ମହିଳା ଜଣଙ୍କ ଦିନରେ ବୁଲିବା ସହ ରାତିରେ ଭୋକ ଉପାସରେ ଗଛ ଉପରେ ରହି ଜୀବନ ବିତାଉଥିଲେ ।

ମହିଳା ଜଣଙ୍କର ମୁଣ୍ଡ ଠିକ୍ ଭାବରେ କାମ କରୁନଥିବାରୁ ତାଙ୍କର ପରିଚୟ ଠିକ୍ ଭାବରେ ଦେଇପାରୁ ନଥିବାର ଜଣାପଡିଥିଲା । ନିଜ ନାମ ସଂଞ୍ଜୁକ୍ତା ମଲ୍ଲିକ କହିବା ସହ ତାଙ୍କ ଘର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁଆଖିଆ ଅଞ୍ଚଳରେ ବୋଲି କହୁଥିଲେ । ସେ ତାଙ୍କ ପରିବାରର ବନ୍ଧୁ ଘର କପିଳାଶ ଆସିଥିଲେ ବୋଲି ଜଣାଇବା ସହ ଆଉ କିଛି କହିପାରୁନଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ଯାଜପୁର ଜିଲ୍ଲା ସୀମାନ୍ତ ବାନ୍ଛାନିଧି ସାହୁଙ୍କ ବାଡିରେ ଥିବା ଆମ୍ବ ଗଛରେ ଏକମାସରୁ ଉର୍ଦ୍ଧ୍ଵ ହେବ ଉକ୍ତ ଅସହାୟ ମହିଳା ଜଣଙ୍କ ରହୁଥିଲେ । ଓଡ଼ିଆ ପୁଅର ପ୍ରଭାବରୁ ଟମକା ଥାନା ଅଧିକାରୀ ତଦନ୍ତ କରି ଅସହାୟ ମହିଳା ଜଣଙ୍କୁ ନିଜ ହେପାଜତକୁ ନେଇଥିବାକୁ ନେଇ ସେ ଅଞ୍ଚଳବାସୀ ଟମକା ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକମାସରୁ ଉର୍ଦ୍ଧ ହେବ ସୀମା ବିବାଦକୁ ନେଇ ଦୁଇ ଥାନାର ପୋଲିସ ହାତବାନ୍ଧି ବସିଥିଲା ଓଡ଼ିଆ ପୁଅରେ ଖବର ପ୍ରକାଶିତ ହେବାପରେ ଅସହାୟ ମହିଳାକୁ ପୋଲିସ ନିଜ ହେପାଜତକୁ ନେଇଥିବାକୁ ନେଇ ଅଞ୍ଚଳବାସୀ ଓଡିଆ ପୁଅର ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top