ଓଡ଼ିଶା

ଓଡ଼ିଆ ପୁଅରେ ଖବର ପ୍ରକାଶ ପାଇଲା ପରେ ପ୍ରଶାସନର ନିଦ ଭାଙ୍ଗିଲା, ଭାଗ ଛିଡିନଥିବାକୁ ନେଇ ଟାଇଲ ଖୋଲି ନେବା ଘଟଣା

ହରିଚନ୍ଦନପୁର, ତା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମପଞ୍ଚାୟତର କୁସୁମୁଣ୍ଡିଆ ଗ୍ରାମରେ ଥିବା କମୁନିଟି ସେଣ୍ଟର ଗୃହଟି ଆଜକୁ ଅନେକ ଦିନ ହେବ ବିପଦ ଶଙ୍କୁଳ ଅବସ୍ଥା ହୋଇପଡିଥିଲା ତାହାକୁ ନେଇ ମରାମତି ଆବଶ୍ୟକ ରହିଥିଲା। ମରାମତି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଯୋଜନାରୁ ୨୦୧୬/୧୭ ମସିହାରେ ୧ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟଟିକୁ ଗ୍ରାମର ଦୁଇଜଣ ଠିକାଦାର ମିଳିତ ଭାବରେ ନିଜ ହାତକୁ ନେଇ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସମ୍ପୂର୍ଣ୍ଣ ବିଲ ଉଠାଇଥିଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ଲାଭ ଟଙ୍କା ଠିକ୍ ଭାବରେ ବଣ୍ଟା ହୋଇପାରିନଥିବାକୁ ନେଇ ଟାଇଲ ଖୋଲି ନେଇଥିଲେ। ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଜିତ ମୋହନ ଟୁଡୁଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ। ତାହାକୁ ନେଇ ଆମ ଓଡିଆ ପୁଅର ପ୍ରତିନିଧିଙ୍କୁ ଘଟଣା ବାବଦରେ ଜଣାଇଥିଲେ। ପ୍ରତିନିଧି ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରି ଚଳିତ ମାସ ୧୦ତାରିଖରେ ଓଡ଼ିଆ ପୁଅ ମାଧ୍ୟମରେ ପ୍ରକାଶିତ କରିଥିଲେ। ପ୍ରକାଶ ହେବା ପରେ ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗିଲା ଘରଟିରୁ ଖୋଲାଯାଇଥିବା ଟାଇଲକୁ ପୁଣି ଠିକାଦାରଙ୍କ ଜରିଆରେ ଲଗାଇଲେ। ଏହି ଘଟଣା ବାବଦରେ ଓଡ଼ିଆ ପୁଅରେ ପ୍ରକାଶ ହେବା ପରେ ଗୃହଟିରେ ଟାଇଲ ଲାଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଲହରୀ ଖେଳିଯାଇଛି। ପ୍ରକାଶିତ କରିଥିବା ଓଡ଼ିଆ ପୁଅ ଗଣମାଧ୍ୟମ ଓ ଓଡ଼ିଆ ପୁଅ ପ୍ରତିନିଧିଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top