ଓଡ଼ିଆଙ୍କ ମନରେ ଭାଷା ପାଇଁ ସ୍ୱାଭିମାନ ଯୋଗୁଁ ଶତାବ୍ଦୀ ଶତାବ୍ଦୀର ଘାତ ପ୍ରତିଘାତ ପରେ ବି ଓଡ଼ିଆ ଭାଷା ନିଜର ପରିଚୟକୁ ବଜାୟ ରଖୁଛି – ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଲିଟରାରୀ ଫେଷ୍ଟିଭାଲକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୮ ଜୁନ (ଓଡ଼ିଆ ପୁଅ) – ଓଡ଼ିଆଙ୍କ ମନରେ ସ୍ୱାଭିମାନ ଓ ଆମ ପରିଚୟ ରହିଥିବା କାରଣରୁ ଓ ଓଡ଼ିଆ ଭାଷାର ନିଜସ୍ୱ ପରିଚୟ ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି ବହୁତ ଘାତ ପ୍ରତିଘାତ ପରେ ବି ଓଡ଼ିଆ ଭାଷା ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ’ର ଉଦଘାଟନ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଏକ କଳା ସଂସ୍କୃତିର ରାଜ୍ୟ। ଓଡ଼ିଆ ଜୀବନ ପ୍ରଭାବ ପୃଥିବୀର ଏକ ପୁରୁଣା ସଭ୍ୟତା ଭାବେ ଆହ୍ବାନ ହୋଇ ସାମ୍ନାରେ ଅଛି। ଆଧୁନିକତା ଆମ ଆଗରେ ଆହ୍ୱାନ ହୋଇ ଆସିଛି। ଆଧୁନିକତାକୁ ମୂଲ୍ୟବୋଧ ସହ ଆତ୍ମସାତ୍ କରିବା ଏଠାକାର ଆହ୍ୱାନର ରାସ୍ତା କଳିଙ୍ଗ ସାହିତ୍ୟ ମହୋତ୍ସବ ଭଳି ସାଂସ୍କୃତିକ ସାରସ୍ୱତ ସମାବେଶ ବାହାର କରୁ, ଏହା ଓଡ଼ିଆ ଭାବେ ସେ ଆଶା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ସମସ୍ୟାକୁ ଟାଳିବାକୁ କମିସନ ତଦନ୍ତ କରାଯାଉଛି। ଭୋଟ ପାଇଁ ରାଜନୈତିକ ଲୋକେ ଏପ୍ରକାର କରିଥାଆନ୍ତି। ଜଗନ୍ନାଥ ମନ୍ଦିର ସହ ଆମର ଭାବାବେଗ ଯୋଡ଼ି ହୋଇ ରହିଛି। ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜି ଯିବା ପ୍ରସଙ୍ଗରେ ବୁଦ୍ଧିଜୀବୀମାନେ ଆଗକୁ ଆସିବା ଦରକାର। କଳିଙ୍ଗ ସାହିତ୍ୟ ମହୋତ୍ସବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ବିଷୟରେ ଅଲୋଚନା ହେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ବିଶିଷ୍ଟ ଲେଖକ ଡଃ ପଦ୍ମଜ୍ ପଲଙ୍କୁ ସାହିତ୍ୟ ସମ୍ମାନରେ ଶ୍ରୀ ପ୍ରଧାନ ସମ୍ମାନିତ କରିଛନ୍ତି। ଏହି ଉତ୍ସବରେ ଔପନ୍ୟାସିକ ଅମିଶ ତ୍ରିପାଠୀଙ୍କୁ କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ସମ୍ମାନରେ ଓ ବିଶିଷ୍ଟ ଲେଖୁକା ନିରୂପମା ରାଓଙ୍କୁ କଳିଙ୍ଗ କାରୁବାକୀ ସାହିତ୍ୟ ସମ୍ମାନରେ ସମ୍ମାନିତ ଶ୍ରୀ ପ୍ରଧାନ ସମ୍ମାନିତ କରିଛନ୍ତି।

Leave a Reply

Your email address will not be published. Required fields are marked *