ଓଡ଼ିଶା

ଓଢ଼ଣୀ ପାଇଁ ଆତ୍ମହତ୍ୟା ଉଦ୍ୟମ, ଡାକ୍ତର ବଞ୍ଚାଇଲେ ଯୁବତୀ ଜୀବନ

ମାଲକାନଗିରି, ୨୩ା୫ (ଓଡିଆ ପୁଅ ) ରାଗ ହେଉଛି ବ୍ରହ୍ମଚଣ୍ଡାଳ, ଏହି ରାଗଋଷା ଯୋଗୁଁ ନିଜର ମାନସିକ ଭାରସାମ୍ୟ ହରାଇ ମଣିଷ ଅନେକ ଭୁଲ କରିଥାଏ। କିଏ ହତ୍ୟାପରି ଜଘନ୍ୟ କାଣ୍ଡ ଘଟାଇ ଥାଏ ତ ଆଉକିଏ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଟିକିଏ ବି କୁଣ୍ଠାବୋଧ କରେ ନାହିଁ। ଏମିତି ଏକ ଘଟଣା ମାଲକାନଗରି ଜିଲ୍ଲା କାଲିମେଳା ଅଞ୍ଚଳରେ ଘଟି ଯାଇଛି। ସାମାନ୍ୟ ଓଢ଼ଣୀ ପାଇଁ ଜଣେ ଯୁବତୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଓ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଉକ୍ତ ଯୁବତୀର ଜୀବନ ରକ୍ଷା ହୋଇପାରିଛି। କାଲିମେଳା ବଜାର ସାହିରେ ରହୁଥିବା ଜଣେ ବଙ୍ଗୀୟ ପରିବାରର ଦୁଇଭଉଣୀଙ୍କ ମଧ୍ୟରେ ଗୋଟିଏ ନୂଆ ଓଢ଼ଣୀକୁ ନେଇ ପାଟିତୁଣ୍ଡ ହୋଇଥିଲା, କଲେଜ ପଢୁଆ ବଡଭଉଣୀ ସେହି ଓଢଣୀଟିକୁ ଡ୍ରେସ ଉପରେ ଘୋଡାଇ ହୋଇ କମ୍ପ୍ୟୁଟର କ୍ଲାସକୁ ବାହାରି ଥିବାବେଳେ ହାଇସ୍କୁଲରେ ପଢୁଥିବା ସାନଭଉଣୀ ସେହି ଓଢ଼ଣୀଟିକୁ ନିଜେ ଘୋଡାଇ ହୋଇ କୋଚିଂ ସେଟଂରକୁ ଯିବାପାଇଁ କହିଥିଲେ। ଗୋଟିଏ ନୂଆ ଓଢ଼ଣୀ କୁନେଇ ଦୁଇ ଭଉଣୀଙ୍କ ମଧ୍ୟରେ ଭିଡାଓଟରା ହୋଇଥିଲା ଶେଷରେ ବଡଭଉଣୀ ରାଗି ସେ ଓଢ଼ଣୀ ସାନ ଭଉଣୀ ଉପରକୁ ଫିଙ୍ଗିଦେଇ ନେ ଓଢ଼ଣୀ ଘୋଡାଇ ହୋଇ କେଉଁ ଆଡେ ଯିବୁ ଯା କହି ଘରୁ ପଳାଇଥିଲେ। ସେ କାହିଁକି ଘରୁ ପଳା ବୋଲି କହିଲା ସେଥିରେ ସାନ ଭଉଣୀ ରାଗରେ ନିଜର ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବା ବେଳେ ସେହି ଓଢ଼ଣୀରେ ଘରେ ନିଜ ବେକରେ ଫାସିଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଠିକ ସେହିସମୟରେ ପରିବାର ଲୋକେ ଘରେ ପହଁଚି ଝିଅର ଅବସ୍ଥା ଦେଖି ଫାସି ଲଗାଇବା ଓଢ଼ଣୀକୁ କାଟି ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ କାଲିମେଳା ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରାଯାଥିଲା। ମାଲକାନଗିରି ଜିଲ୍ଲା ହସପିଟାଲର ଡାକ୍ତର ସପନ କୁମାର ଧିଣ୍ଢା ସେ ଝିଅକୁ କିପରି ସୁସ୍ଥ କରିବେବୋଲି ଚିକିତ୍ସାରେ ଲାଗିପଡି ପ୍ରାୟ ଏକ ଘଟାଂରୁ ଉର୍ଦ୍ଧ୍ୱ ସମୟ ଧରି ପରିଶ୍ରମ କରିବାପରେ ଉକ୍ତ ଝିଅ ର ଚେତା ଆସିଥିଲା ସେ କଥା ହୋଇଥିଲା। ସାମାନ୍ୟ ଓଢ଼ଣୀ ଟିଏ ପାଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଘଟଣା ମାଲକାନଗିରି ଜିଲ୍ଲା ହସପିଟାଲରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି। ଡାକ୍ତର ଶ୍ରୀ ଧିଣ୍ଢାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ମରଣ ମୁହଁରୁ ଫେରି ଆସିଥିବା ଯୁବତୀଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଏପରି ଭୁଲ କାମ କରିବି ନାହିଁ ବୋଲି ଆତ୍ମହତ୍ୟା ଉଦ୍ୟମ କରୁଥିବା ଝିଅ ଡାକ୍ତର ଓ ନିଜ ପିରବାର ଲୋକଙ୍କ ନିକଟରେ କହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top