ଜିଲ୍ଲା ପରିକ୍ରମା

ଓକିଲ ସଂଘର ପୂର୍ବତନ ସଭାପତି ମନ୍ମଥ ଆଚାର୍ଯ୍ୟଙ୍କ ଫଟୋ ଅନାବରଣ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପବିତ୍ର ଗୁରୁଦିବସରେ ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ମନ୍ମଥ ଆଚାର୍ଯ୍ୟଙ୍କ ଫଟୋ ଅନାବରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓକିଲ ସଂଘର ବର୍ଷିୟାନ ଆଇନଜୀବୀ ଗୋଲକ ପ୍ରସାଦ ରାୟ, ଆଜୀବନ ସଂଗ୍ରାମୀ ତଥା ଅଧିବକ୍ତା ନିରାକାର ଜେନା, ବରିଷ୍ଠ ଦେୱାନୀ ସରକାରୀ ଓକିଲ ବସନ୍ତ କୁମାର ମହାନ୍ତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଆଚାର୍ଯ୍ୟଙ୍କର ତୈଳଚିତ୍ରକୁ ଉନ୍ମୋଚନ କରି ମନ୍ମଥ ଆଚାର୍ଯ୍ୟଙ୍କର ସ୍ମୃତି ଚାରଣ କରି ତାଙ୍କର ଅତିତର କାର୍ଯ୍ୟବଳୀକୁ ପ୍ରଶଂସା କରିଥିଲେ। ସ୍ୱର୍ଗତ ଆଚାର୍ଯ୍ୟ ଜଣେ ଉଚ୍ଚ କୋଟିର ଆଇନଜୀବୀ ଥିଲେ। ନ୍ୟାୟାଳୟ ମଧ୍ୟରେ ତାଙ୍କର ଶାଣିତ ଯୁକ୍ତି ବିଚାରପତି ମାନଙ୍କୁ ବିମୁଗ୍ଧ କରି ଦେଉଥିଲା। ଆଇନସେବା ପ୍ରତି ସ୍ୱର୍ଗତ ଆଚାର୍ଯ୍ୟଙ୍କର ପ୍ରଗାଢ଼ ଅନୁରକ୍ତି ମହିକିଲ ମାନଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ବରିଷ୍ଠ ଓ ବଳିଷ୍ଠ ଆଇନଜୀବୀଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଓ ଶ୍ରଦ୍ଧା ସ୍ୱର୍ଗତ ଆଚାର୍ଯ୍ୟଙ୍କୁ ମହାନ କରିଅଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଓକିଲ ସଂଘର ବରିଷ୍ଠ ସଭ୍ୟ ଯତିନ୍ଦ୍ର ମୋହନ ଦାସ, ଯତିକାନ୍ତ ନାୟକ, ଅରୁଣ ଚାନ୍ଦ, ଦିବ୍ୟସିଂହ ନାୟକ, ରଂଜନ ନାୟକ, ବସନ୍ତ ସ୍ୱାଇଁ, ଶଶିଭୂଷଣ ପଣ୍ଡା, ବାରକାଉନସିଲର ସଭ୍ୟ ପବନ ଶର୍ମା, ଆଇନଜୀବୀ ଗିରିଧାରୀ ନାଥ, ଦୁର୍ଗାରାୟ ମହାପାତ୍ର, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ପାଢ଼ୀ, ନାରାୟଣ ମହାପାତ୍ର, ପୂର୍ବତନ ସଂପାଦକ ସନ୍ତୋଷ ଆଚାର୍ଯ୍ୟ, ସୋମନାଥ କୁମାର ଦେ, ବିଜୟ ସ୍ୱାଇଁ, ବୁଦ୍ଧିରାମ ପାଣିଗ୍ରାହୀ, ଗିରିଧାରୀ ସାହୁ, ଅମୀୟ ରଥ, ହେମନ୍ତ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି(ଖ)ମାନେ ବକ୍ତବ୍ୟ ପ୍ରଦାନ କରି ସ୍ୱର୍ଗତ ଆଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଭଦ୍ରକ ଓକିଲ ସଂଘର ୭ଜଣ ବର୍ଷିୟାନ ଆଇନଜୀବୀ ସର୍ବଶ୍ରୀ ଗୋଲକ ପ୍ରସାଦ ରାୟ, ବସନ୍ତ କୁମାର ମହାନ୍ତି, ନିରାକାର ଜେନା, ଯତୀନ୍ଦ୍ର ମୋହନ ଦାସ, ଯୁଗଳ କିଶୋର ଦାସ, ଯତୀନ୍ଦ୍ର ମୋହନ ମହାନ୍ତି ଓ ଉତରୀୟ ଓ ଫୁଲତୋଡ଼ାଦେଇ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା। ଓକିଲ ସଂଘର ସଂପାଦକ ବିଜନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଶତାଧିକ ଆଇନଜୀବୀ, ଓକିଲସଂଘର କର୍ମକର୍ତା ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top