ଓକିଲ ସଂଘଙ୍କ ପକ୍ଷରୁ କୋର୍ଟ ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଚଣ୍ଡିଖୋଲ କୋର୍ଟର ୧୦ମ ବାର୍ଷୀକ ପୂର୍ତ୍ତି ଉସôବ ଓକିଲ ସଂଘଙ୍କ ପକ୍ଷରୁ ପାଳନ କରାଯାଇଥିଲା । ଚଣ୍ଡିଖୋଲ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଉସôବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା ବେଳେ ଚଣ୍ଡିଖୋଲ ଲୟର ଆସୋସିଏସନ ପକ୍ଷରୁ ପ୍ରତିଷ୍ଠା ଉସôବ କୋର୍ଟ ପରିସରରକୁ ଲାଗିଥିବା କଲ୍ୟାଣ ମଣ୍ଡପ ହଲରେ ଅନୁଷ୍ଠିତ ହୋଇଥିଲା । ଲୟର୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ଉସôବରେ ବରିଷ୍ଠ ଓକିଲ ପ୍ରଫୁଲ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ମାନବାଧିକାର କାର୍ଯ୍ୟକାରୀ ଅଧ୍ୟକ୍ଷ ନ୍ୟାୟାଧିଶ ବୀର କିଶୋର ଯୋଗଦେଇ କହିଲେ, କୋର୍ଟ ପ୍ରତିଷ୍ଠା କରିଦେଲେ କେବଳ ହେବ ନାହିଁ । ଲୋକେ କିପରି ଉପଯୁ୍ୟକ୍ତ ନ୍ୟାୟ ପାଇବେ ସେଥିପ୍ରତି ଧ୍ୟାନ ରହିବା ଉଚିତ । ଏଥିପାଇଁ ନ୍ୟାୟପାଳ ଓ ଓକିଲ ମାନଙ୍କର ବିଶେଷ ଦକ୍ଷତା ଆବଶ୍ୟକ । ଓକିଲ ସଂଘ ଗୁଡିକର ଶକ୍ତିଶାଳି ଭୂମିକା ରହିଲେ ଓକିଲମାନେ ଶିକ୍ଷିତ ହୋଇପାରିବେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଓକିଲ ତଥା ବାର କାଉନସିଲ ସଭ୍ୟ ବିଭୁ ପ୍ରସାଦ ତ୍ରିପାଠୀ, ନ୍ୟାୟିକ ବ୍ୟବସ୍ଥା ପ୍ରତି ସ୍ୱତଃ ସମାନ ବୃଦ୍ଧି ପାଇଁ ଆଇନଜୀବୀ ମାନଙ୍କ ମନୋନିବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ ବୋଲି କହିଥଲେ । ଓକିଲମାନଙ୍କ କାର୍ଯ୍ୟଧାରା ନା୍ୟୟିକ ବ୍ୟବସ୍ଥାର ସମ୍ମାନ ବଢାଇଥାଏ ଓ ନ୍ୟାୟପାଳିକା ପ୍ରତି ବିଶ୍ୱାସ ସୃଷ୍ଟି କରିଥାଏ ବୋଲି ମତ ଦେଇଥିଲେ । ଓକିଲ ସଂଘ ମାନେ ଆଲୋଚନା ଚକ୍ର ମାଧ୍ୟମରେ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବାର କାଉନସିଲର ପୂର୍ବତନ ଅଧ୍ୟକ୍ଷ ଗୋାପଳକୃଷ୍ଣ ମହାନ୍ତି, ଚଣ୍ଡିଖୋଲ କୋର୍ଟ ବିଚାରପତି ଦେବଶ୍ରୀ ସାହୁ, ଯାଜପୁର ପବ୍ଳିକ ପ୍ରସ୍କୁକ୍ୟଟର କିଶୋର ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇଥିଲେ । ଦେବରାଜ ବେହେରା ଅତିଥି ପରିଚୟ, ସଂପାଦକ ପ୍ରକାଶ ଦାସ ବିବରଣୀ ପାଠ, ଶରତ ଚନ୍ଦ୍ର ବଳ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂଘର ସଭାପତି ପବିତ୍ର କୁମାର କର ଧନ୍ୟବାଦ ଦେଇଥିଲେ । ଏହି ଅବସରେ ଲୟର୍ସ ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଦଶ ରକମର ଆତସବାଜୀ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।
ସେହିପରି ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଉସôବରେ ଶରତ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ମତାମତ ଦେଇଥିଲେ କି ଯେ ଅନ୍ୟାୟ ପ୍ରପୀଡିତ ଲୋକଙ୍କୁ ହିଁ ଆଇନ ସହାୟତା ଦେବା ଜରୁରୀ ଅଟେ । ଆଇନ ଅଦାଲତକୁ କୌଣସି କ୍ଷମତା ପ୍ରଭାବିତ କରିପାରେ ନାହିଁ । ଅନ୍ୟାୟ ଶକ୍ତିକୁ ପ୍ରତିହତ କରିବା ପାଇଁ ଆଇନ ଅଦାଲତର ସହାୟକ ନେବାକୁ ପଡିଥାଏ । ମାନବର ବଂଚିବା ପାଇଁ ଅଧିକାର ସାବ୍ୟସ୍ତରେ ବିଶୃଙ୍ଖଳା ଘଟିଲେ କୋର୍ଟର ଆବଶ୍ୟକତା ପଡିଥାଏ । ତେଣୁ ନ୍ୟାୟପାଳିକାର ସମ୍ମାନ ରକ୍ଷା ହୋଇ ପାରିଲେ ସବୁରୀ କ୍ଷେତ୍ରରେ ନ୍ୟାୟ ପ୍ରତିଷ୍ଠା ହୋଇ ପାରିବ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ସଭାରେ ସ୍ଥାନୀୟ ବିଚାରପତି ଦେବଶ୍ରୀ ସାହୁ, ପୂର୍ବତନ ଜିଲ୍ଲା ଜଜ ଗୟାଧର ପଣ୍ଡା, ଓକିଲ ଶରତ ଚନ୍ଦ୍ର ବଳ, ଶ୍ରୀକାନ୍ତ ମହାପାତ୍ର, ହେମନ୍ତ ଷଡଙ୍ଗୀ, ଅନଙ୍ଗ ହୋତା, ଶ୍ରୀାକନ୍ତ ମହାପତ୍ର, ହେମନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ଜନ ବେହେରା ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରତାପ ଦାସ ଧନ୍ୟବାଦ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *