ଜିଲ୍ଲା ପରିକ୍ରମା

ଓକିଲକୁ ମାଡ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଓ ବୌଦ୍ଧରେ ଭିଜିଲାନସ କୋର୍ଟ ଦାବୀରେ ଜିଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନେ୍ଦାଳନ

ବୌଦ୍ଧ,୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଟକରେ ଜଣେ କାର୍ଯ୍ୟରତ ଓକିଲକୁ ପୋଲିସର ଆମନୁଷିକ ଭାବେ ମାଡ ମାରିବା ଘଟଣାରେ ଦୀର୍ଘ ଦିନ ବିତିଯାଇଥିଲେ ସୁଧା ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ । ଦୀର୍ଘ ଦିନ ହେବ ତୁରନ୍ତ ଗିରଫ ଦାବୀରେ ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନରେ ବୌଦ୍ଧ ଓକିଲ ସଂଘ ପୁର୍ନବାର ସାମିଲ ହୋଇଛି । ଜିଲା ଓକିଲ ସଂଘ ସଭାପତି ନବ କୁମାର ମିଶ୍ରଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ସଂଘ ପରିସରରେ ହୋଇଥିଲା । ବୈଠକରେ ସମସ୍ତ ଓକିଲ ଆଇନ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ଏହି ମାଡ ଘଟଣାରେ ପୋଲିସ କାହିଁକି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ବୋଲି କହିବା ସହ ତୁରନ୍ତ ଗିରଫ ଦାବୀ କରିଥିଲୋ । ଏହା ସହ ବୌଦ୍ଧରେ ଏକ ଭିଜିଲାନସ କୋର୍ଟ ତୁରନ୍ତ ସ୍ଥାପନ ଓ ପଶ୍ଚିମ ଓଡିଶାରେ ତୁରନ୍ତ ହାଇକୋର୍ଟ ବେଞ୍ଚ ଦାବୀ କରିଥିଲେ । ଯଦି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରେ ତେବେ ପରିବର୍ତ୍ତୀ ଆନେ୍ଦାଳନ ସୋମବାର ଦିନ ବୈଠକ ପରେ ନିଆଯିବ ବୋଲି ସଭାପତି ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି । ଏହି ବୈଠକରେ ସଂଘ ସଂପାଦକ ଅଶୋକ କୁମାର ମିଶ୍ର, ଉପସଭାପତି ଚିତ୍ତରଂଜନ ପାଣିଗ୍ରାହୀ, ବରିଷ୍ଠ ଓକିଲ ଓମ ପ୍ରକାଶ ମିଶ୍ର, ଅଚ୍ୟତା ନନ୍ଦ ମିଶ୍ର, ସୁଧିର କର୍ଣ୍ଣ, ନାରାୟଣ ପରିଜା, ସୁରେଶ ଚନ୍ଦ୍ର ମେହେର, ନଳିନୀ କର୍ଣ୍ଣ, ଧୁରୀଣ ଦେହୁରୀ, ଦେବରଂଜନ ମହାକୁଲ, ଅଶୋକ ସାହୁ,କ୍ଷୀରୋଦ ପାତ୍ରଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ୍ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top