କେନ୍ଦୁଝର

ଓଏସ୍ଏମ୍ଇ ଆଲୁମୁନି ଆସୋସିଏସନ୍ ର ୧୦ମ ବାର୍ଷିକ ଉତ୍ସବ

କେନ୍ଦୁଝର, ୨୯ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝରଠାରେ ଥିବା ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କର ଆଲୁମୁନି ଆସୋସିଏସନ୍ର ୧୦ମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ନଗରଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ କେନ୍ଦୁଝରରୁ ମାଇନିଂ, ଡି୍ରଲିଂ, ସର୍ଭେ, ସିଭିଲ, ମେକାନିକାଲ, ମେଟାଲର୍ଜିକାଲ ଏବଂ ଇଲେକ୍ଟି୍ରକାଲ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଦେଶ ତଥା ଦେଶ ବାହାରେ କାର୍ଯ୍ୟ କରୁଥିବା ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଲୁମୁନି ଆସୋସିଏସନ୍ର ସଭାପତି ତଥା ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଉମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆସୋସିଏସନ୍ର ସଂପାଦକ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ନିଜ ସଭାପତିତ୍ୱ ଅଭିଭାଷଣରେ ଡକ୍ଟର ଜେନା ସଂଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ନୂତନ ସଦସ୍ୟମାନଙ୍କୁ ସଦସ୍ୟତା ସାର୍ଟିଫିକେଟ ପ୍ରଦାନ କରିଥିଲେ। ପରେ ପରେ ବିଭିନ୍ନ ସ୍ଥାନରୁ ଆସିଥିବା ସଦସ୍ୟମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ସଂଘର ଉପସଭାପତି ଇଂ ଅଚ୍ୟୁତାନନ୍ଦ ମହାନ୍ତି, ଇଂ ସଦାନନ୍ଦ ମିଶ୍ର, ଇଂ ସୁରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଏପରି ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଗର୍ବ ଅନୁଭବ କରିବା ସହ ଏହି ଅନୁଷ୍ଠାନର ବିକାଶ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ର ‘ମିନ୍-ଲିଟ୍’ ଶ୍ରୀ ଜେନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଯଦୁମଣୀ ମିଶ୍ର, ରମେଶ ଚନ୍ଦ୍ର କର, ପୂର୍ଣ୍ଣଚନ୍ଦ୍ର ପଲେଇ ଏବଂ କେନ୍ଦୁଝରସ୍ଥିତ ଓଏସ୍ଏମ୍ଇ ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡାଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ଇଂ ଡକ୍ଟର ଉମେଶ ଚନ୍ଦ୍ର ଜେନା, ଉପସଭାପତି ଭାବେ ଇଂ ଅଶୋକ କୁମାର ଦାଶ, ଇଂ ହଳଧର ମହାନ୍ତ ଓ ଇଂ ଅରୁଣ କୁମାର ମହାପାତ୍ର, ସାଧାରଣ ସଂପାଦକ ଭାବେ ଇଂ ସନ୍ତୋଷ କୁମାର ପଣ୍ଡା, ଯୁଗ୍ମ ସାଧାରଣ ସଂପାଦକ ଭାବେ ଇଂ ଜୟକୁମାର ହୋତା, ସହକାରୀ ସଂପାଦକ ଭାବେ ଇଂ ସଲୀଲ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ଇଂ ବୀରବର ପାତ୍ର ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଇଂ ଗିରିଜାଶଙ୍କର ମିଶ୍ର, ଇଂ ରବିନ୍ଦ୍ର କୁମାର ଦାସ, ଇଂ ରାଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂଘର ଉପସଭାପତି ଇଂ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top