ଓଏସଆରଟିସି କର୍ମଚାରୀ ସଂଘ ଆନ୍ଦୋଳନ, ୩୧ରୁଟ୍ ରେ ୨୫ଟି ସରକାରି ବସଚଳାଚଳ ବନ୍ଦ

ମାଲକାନଗିରି, ୨୨ା୮(ଓଡିଆ ପୁଅ ) ରାଜ୍ୟସଡକ ପରିବହନ ନିଗମର କର୍ମଚାରି ମହାସଂଘର ୪ଦଫା ଦାବିନେଇ ଗତକାଲି ଠାରୁ ମାଲକାନଗିରି ଜିଲ୍ଲାସାଖା ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି, ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୩୨ ଜଣ କର୍ମଚାରି ଓଏସଆରଟିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳଳନ ଦ୍ୱାରା ମାଲକାନଗିରି ଜିଲ୍ଲାରେ ଚଳାଚଳକରୁଥିବା ୩୧ରୁଟ୍ ରେ ପ୍ରାୟ୨୫ଟି ସରାକିର ବସ ବନ୍ଦହୋଇ ଯିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବସ ଗୁଡିକ ମାଲକାନଗିରି ବସଷ୍ଟାଣ୍ଡଠାରେ ଅଟକି ରହିଛି ଓ ଏସଆରଟସି ବସ ଟିକେଟ କାଉଟଂର ରେ ତାଲାପଡି ଯାଇ କାଉଟଂର ବନ୍ଦରହିଛି। ଆନ୍ଦୋଳନକାରିମାନଙ୍କ ମୁଖ୍ୟତ ୪ ଦଫା ଦାବିରହିଛି। ଦାବିଗୁଡିକ ମଧ୍ୟରେ ସମସ୍ତ ଠିକା କର୍ମଚାରୀ ଙ୍କୁ ସ୍ଥାୟୀକରିବା, ସମାନକାମକୁ ସମାନ ଦରମାଦେବା, ସମସ୍ତ ସ୍ଥାୟୀ କର୍ମଚାରିଙ୍କୁ ୭ମ ବେତନ କମିଶନ ଲାଗୁ କରିବା, ଇତ୍ୟାଦି ଦାବି ରହିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ୩୧ଟି ରୁଟକୁ ସରକାରି ବସ ଚଳାଚଳ କରିଥାଏ, ବିଶେଷ କରି ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ଓ ବିଭିନ୍ନ ଗ୍ରାମାଚଂଳ ସହିତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା. ବିଜୟନଗରମ, ଭୁବନେଶ୍ୱର, ବ୍ରହ୍ମପୁର, ଆସକା, ବଲାଙ୍ଗିର, ଖଡିଆଳ, ଭଜଂନଗର, କଟକ, ବଡଗଡ, ସମ୍ବଲପୁର, ଅନେକ ଦୂରଗାମୀ ସରକାରି ବସ ଗୁଡିକ ଦୀର୍ଘ ତିନିଦିନ ଧରି ବନ୍ଦରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେବାସହିତ ମାଲକାନଗିରି ରୁ ବିଶାଖାପାଟଣା ହସପିଟାଲକୁ ଚିକିତ୍ସା ହେବାକୁ ଯାଉଥିବା ରୋଗୀମାନେ ବେସି ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ମାଲକାନଗିରି ଜିଲ୍ଲା ସାଖାସଂଘର ପ୍ରୀତମପାଣି, କେଦାରଗୌରୀ ପ୍ରଧାନ, ରବିନ୍ଦ୍ର ନାୟକ, ପି. ସତ୍ୟନାରାୟଣ ନାୟକ, ରାଜେଶପାଳ, କାହ୍ନୁ ଚରଣ ସାହୁ, ମଙ୍ଗଳୁ ମହାରଣା, ପ୍ରଦୀପଗୌଡ, ଅରୁଣ ନାଥ ପ୍ରମୁଖ ଓଏସଆରଟିସି କର୍ମଚାରି ମାନେ ଗତ କାଲିଠାରୁ ଧାରଣାରେ ବସିଛନ୍ତି।

 

Leave a Reply

Your email address will not be published. Required fields are marked *