ଓଡ଼ିଶା

ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ନେଇ ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କ ମତ

– ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ସ୍ଥାପନା ନିଷ୍ପତିକୁ ସ୍ବାଗତ ମାତ୍ର ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଦେବା ପାଇଁ ନିଷ୍ପତି ନ ନେବାକୁ ପ୍ରସଙ୍ଗ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ଆଗାମୀ ଐତିହ୍ୟ କ୍ୟାବିନେଟ ବୈଠକରେ ମୋଦି ସରକାରଙ୍କ ପ୍ରସ୍ତାବିତ ବିଶ୍ୱ ମାନର ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ନିଷ୍ପତି ନେବେ ବୋଲି ଆଶା ବ୍ୟକ୍ତ କଲେ
– ବୈଠକ ଓଡ଼ିଆ ବୀରତ୍ବର ଚରମ ଅଭିବ୍ୟକ୍ତି ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କରୁଥିବା ଉଦ୍ୟମ ପ୍ରତି ସହଯୋଗର ସାତ ବଢ଼ାଇବା ଉଚିତ ହୋଇଥାନ୍ତା
– ଏହି ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହଶହ ବର୍ଷ ପର୍ଯ୍ୟନ୍ତ ଆଗାମୀ ପୀଢି ସମୁଦ୍ରଙ୍କୁ ପ୍ରେଭଣା ଦେବାଭଳି ଏକ ସ୍ମୃତିସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି
– ଏଥିପାଇଁ ପାଇକ ବିଦ୍ରୋହର ରକ୍ତ ଭିଜା ମାଟି ବରୁଣେଇ ପାହଡ ତଳେ କିଛି କମି ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି।
– କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଓ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଭୂମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି
– କେନ୍ଦ୍ର ସଂସ୍କୃତି ବିଭାଗର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନୀତିଗତ ନିଷ୍ପତ୍ତିର ସୂଚନା ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି
– ରାଜ୍ୟ ସରକାର ବିଧାନସଭାରେ ଏହି ପ୍ରକଳ୍ପ ସକ୍ରିୟ ବିଚାରାଧୀନ ଥିବା ଲିଖିତ ଉତ୍ତରକୁ କଲେ ଉଲ୍ଲେଖ: ଐତିହ୍ୟ କ୍ୟାବିନେଟର ଗତକାଲିର ବୈଠକରେ କିଛି ନିଷ୍କତ୍ତି ରାଜ୍ୟର ଇତିହାସକୁ 100 ବର୍ଷ ଭିତରେ ସୀମିତ ରଖିବା ଭଳି ମାନସିକତା ଲାଗୁଛି
– ଓଡ଼ିଶାର କାହିଁ କେଉଁ ଅନାଦି ଅନନ୍ତ କାଳରୁ ରାଜ୍ୟରେ ବିକଶିତ ହୋଇ ଓଡିଆ ମାନଙ୍କୁ ଅନନ୍ୟ ପରିଚୟ ଦେଇଥିବା ବ୍ୟକ୍ତି ସମୃଦ୍ଧ ଓ ଘଟଣାଚକ୍ରର ମହାନତାକୁ ବିଶ୍ୱର ନୂଆପୀଢି ଆଗରେ ନୂଆ ଭାବେ ଉପସ୍ଥାପିତ କଲେ ଓଡ଼ିଆଙ୍କ ସମ୍ମାନ ବିଶ୍ଵ ଦରବାରରେ ଆହୁରି ସ୍ବୀକୃତି ପାଇବ।

ଭୁବନେଶ୍ବର, ୨୮ ଜୁଲାଇ (ଓଡ଼ିଆ ପୁଅ) – ରାଜ୍ୟ ସରକାରଙ୍କର ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ଓଡିଆ ଭାଷା ବିଶ୍ୱ ବିଦ୍ୟାଳୟ ସ୍ଥାପନ ନିଷ୍ପତିକୁ ସ୍ୱାଗତ କରିଥିବା ବେଳେ ଓଡ଼ିଆ ବୀରତ୍ଵର ପ୍ରତୀକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କମି ଯୋଗାଇଦେବା ନିଷ୍ପତି ନିଆଯାଇ ନ ଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଗାମୀ ଐତିହ୍ୟ କ୍ୟାବିନେଟ ବୈଠକରେ ମୋଦି ସରକାରଙ୍କ ପ୍ରସ୍ତାବିତ ବିଶ୍ୱ ମାନର ମାରକୀ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ନିଷ୍ପତି ନେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡ଼ିଆରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଉଲ୍ଲେଖ କରି ଏହି ଐତିହ୍ୟ କ୍ୟାବିନେଟର ବୈଠକ ଓଡ଼ିଆ ବୀରତ୍ବର ଚରମ ଅଭିବ୍ୟକ୍ତି ତଥା ଦେଶରେ ଇଂରେଜ ବିରୋଧୀ ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କରୁଥିବା ଉଦ୍ୟମ ପ୍ରତି ସହଯୋଗର ହାତ ବଢ଼ାଇବା ଜଚିତ ହୋଇଥାନ୍ତା ବୋଲି କହିଛନ୍ତି। ଏହି ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହଶହ ବର୍ଷ ପର୍ଯ୍ୟନ୍ତ ଆଗାମୀ ପୀଢିସମୁହକୁ ପ୍ରେରଣା ଦେବାଭଳି ଏକ ସ୍ମୃତିସ୍ଥଳ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ପାଇକ ବିଦ୍ରୋହର ରକ୍ତଭିଜା ମାଟି ବରୁଣେଇ ପାହତ ତଳେ କିଛି କମି ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଡ. ମହେଶ ଶର୍ମା ଓ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜମି ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନୀତିଗତ ନିଷ୍ପତ୍ତିର ସୂଚନା ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି 16-09-2017 ରେ ରାଜ୍ୟ ସରକାର ବିଧାନସଭାରେ ପାଇକବିଦ୍ରୋହର ଦୁଇଶହ ତମ ବାର୍ଷିକ ପାଳନ ପାଇଁ ଏହି ଗୌରବମୟ ସ୍ମୃତିକୁ ଉଦ୍ଜୀବୀତ କରି ରଖିବା ତଥା ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ସକ୍ରିୟ ବିଚାରଧୀନ ଅଛି ଓ ଏ ବିଷୟରେ ସରକାର ଖୁବଶୀଘ୍ର ଜିପିଆର ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟର ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଉଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ ପାଇକବିଦ୍ରୋକ ହେଉଛି ଓଡିଆ ବୀରତ୍ଵର ଅନନ୍ୟ ପରିଚୟର କାହାଣୀ। ଇଂରେଜ ମାନେ ଓଡିଶା ମାଟିରେ। ପାଦ ଦେଉ ଦେଉ ଜୟୀରାଜଗୁରୁ ଯେଉଁ ବିଦ୍ରୋହର ପରମ୍ପରା ଆରମ୍ଭ କରିଥିଲେ ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ଏହା ସମ୍ପୂର୍ଣ୍ଣ ଓଡ଼ିଆ ଜାତିର ବ୍ରିଟିଶ ବିରୋଧୀ ବିଶାଳ ଜନ ସଂଘର୍ଷର ରୂପ ନେଇଥିଲା। ଓଡିଆ ଜାତିର ଭାବାବେଗ ସହ ଓତପ୍ରୋତଃ ଭାବେ ଜଡ଼ିତ। ଇଂରେଜ ବିରୋଧରେ ଭାରତର ଏହି ପ୍ରଥମ ସଂଗଠିତ ସ୍ଥାଧୀନତା ସଂଗ୍ରାମର କୃତିରକ୍ଷା ଆଗାମୀ ଶହଶହ ବର୍ଷ ପାଇଁ ସମଗ୍ର ବିଶ୍ୱର ନଜରକୁ ଓଡିଶା ଆଡକୁ ଟାଣିବା ପାଇଁ ଏକ ପେଣ୍ଠସ୍ଥଳୀ ହୋଇପାରିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଐତିହ୍ୟ କ୍ୟାବିନେଟର ବୈଠକରେ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିର୍ଣ୍ଣୟ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବହୁ ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମ ତଥା ସମାଜ ସେବା ଓ ସଂସ୍କୃତି ପରମ୍ପରାର ଅନନ୍ୟ ପ୍ରେରଣାର କେନ୍ଦ୍ର ସତ୍ୟବାଦୀଠାରେ ଓଡିଆ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଭାରତ ସରକାର ଓ ମୋ ତରଫରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାପାଇଁ ଆମେ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ଓଡ଼ିଶାର ଐତିହ୍ୟ କ୍ୟାବିନେଟର ଗତକାଲିର ବୈଠକରେ କିଛି ନିଷ୍କତ୍ତି ରାଜ୍ୟର ଇତିହାସକୁ ୧୦୦ ବର୍ଷ ଭିତରେ ସୀମିତ ରଖିବା ଭଳି ମାନସିକତା ଲାଗୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଓଡ଼ିଶାର ହଜାର ହଜାର ବର୍ଷର ଲମ୍ବା ଐତିହ୍ୟ, ପରମ୍ପରା ଓ ବିରତ୍ୱର କାହାଣୀ ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି। ଐତିହ୍ୟ କ୍ୟାବିନେଟ ଓଡ଼ିଶାର କାହିଁ କେଉଁ ଅନାଦି ଅନନ୍ତ କାଳରୁ ରାଜ୍ୟରେ ବିକଶିତ ହୋଇ ଓଡ଼ିଆମାନଙ୍କୁ ଅନନ୍ୟ ପରିଚୟ ଦେଇଥିବା ବ୍ୟକ୍ତି ସମୃହ ଓ ଘଟଣାଚକ୍ରର ମହାନତାକୁ ବିଶ୍ବର ନୂଆପୀଢି ଆଗରେ ନୂଆ ଭାବେ ଉପସ୍ଥାପିତ କଲେ ଓଡିଆଙ୍କ ସମ୍ମାନ ବିଶ୍ଵ ଦରବାରରେ ଆହୁକି ସ୍ୱୀକୃତି ପାଇବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ଐତିହ୍ୟ କ୍ୟାବିନେଟର ବୈଠକ ଆଗାମୀ ଦିନରେ ପୁଣି ବସିବ। ପାଇକ ବିଦ୍ରୋହର ସ୍ମାରକୀପାଇଁ ନରେନ୍ଦ୍ର ମୋଦି ସରକାରଙ୍କର ଏହି ଉଦ୍ୟମକୁ ସହଯୋଗର ହାତ ବଢାଇ ଏଥିପାଇଁ ବରୁଣେଇ ପାହଡ ତଳେ ଜମି ଯୋଗାଇ ଦେବାପାଇଁ ନିଷ୍ପତି ଗ୍ରହଣ କରାଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଖାଲି ସେ ନୁହନ୍ତି ବରଂ ଓଡିଶା, ସାରାଦେଶ ଓ ବିଶ୍ବରେ ବସବାସ କରୁଥିବା ସାଢ଼େ 4 କୋଟି ଓଡ଼ିଆ ପାଇକ ବିଦ୍ରୋହର ବିଶ୍ବମାନର ସ୍ମୃତି ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବେ ବୋଲି ଅପେକ୍ଷା କରି ରହିଛନ୍ତି। ଐତିହ୍ୟ କ୍ୟାବିନେଟର ପରବର୍ତ୍ତୀ ବୈଠକରେ ଏଥିପାଇଁ ଭୂମି ଯୋଗାଇ ଦିଆଯିବାର ନିଷ୍ପତ୍ତି ନିଆଯିବ ବୋଲି ସେ। ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top