ଜିଲ୍ଲା ପରିକ୍ରମା

ଐତିହାସିକ ରାଣୀପୁର ଝରିଆଲ ଓ ଧବଳେଶ୍ବର ଶିବ ମନ୍ଦିରରେ ବୋଲବମ ଭକ୍ତଙ୍କ ସୁଅ: କେନ୍ଦ୍ର ବିନ୍ଦୁ ପାଲଟିଛି ଗୁପ୍ତ ସୁଡ଼ଙ୍ଗ

ବଲାଙ୍ଗୀର ୩୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପୀଠ ରାଣୀପୁର ଝରିଆଲ ର ସୋମେଶ୍ୱର ଶିବ ମନ୍ଦିର ଓ ଟିଟିଲାଗଡ଼ ର ଧବଳେଶ୍ବର ଶିବ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ରେଳ ଓ ବିଭିନ୍ନ ଜାନ ବହନରେ ଏହି ଟିଟିଲାଗଡ଼ ରେଳ ଜନକ୍ସନକୁ ଆସି ଆଜି ରାତ୍ରି ସାରା ଜଳ ନେଇ ଚାଲି ଚାଲି ଯାଇ ପୀଠରେ ପୂଜାର୍ଚ୍ଚନା କରି ପାଣି ଲାଗି କରିବେ। ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ତଥା ରାୟଗଡା, ରାଉଲକେଲା, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ବରଗଡ ସୋନପୁର, ବୌଦ୍ଧ ଆଦି ବିଭିନ୍ନ ସ୍ଥାନରୁ ଟିଟିଲାଗଡ଼ରେ ପହଞ୍ଚି ଏହି ଦୁଇଟି ପୀଠରେ ଜଳ ଅର୍ପଣ କରିବେ ବୋଲି ଟିଟିଲାଗଡ ହାଟପଦା ପଡ଼ାଠାରେ ଭକ୍ତ ଙ୍କୁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇ ବଣ୍ଟନ ହୋଇଛି। ସେହିପରି ମହାବୀର ପଞ୍ଚାୟତ ଧର୍ମଶାଳାରେ ମଧ୍ୟ ପ୍ରସାଦ ବଣ୍ଟନ କରାଯାଇଛି। ଟିଟିଲାଗଡ ଧବଳେଶ୍ବର ପୀଠରେ ଥିବା ପାହାଡ଼ ଗୁମ୍ଫା ରୁ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି ଯାହାକି ତନ୍ତ୍ର ପୀଠ ରାଣୀପୁର ଝରିଆଲ ପର୍ଯ୍ୟନ୍ତ ଲାଗିରହିଛି। ଏଣୁ ଏ ଦୁଇ ସ୍ଥାନ ସ୍ଵତନ୍ତ୍ର ଭାବେ ପରିଚିତ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ନେଇ ସ୍ଥାନୀୟ ଥାନାଧିକାରୀ ବିଜୟ। ନନ୍ଦ କର୍କରା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ଖାରବେଳଙ୍କ ଅମଳରେ ସମ୍ରାଟ ଅଶୋକ ଏହି ସୁଡ଼ଙ୍ଗ ବ୍ୟବହାର କରିବାର ଇତିହାସରେ ଥିବା ବେଳେ ଏ ନେଇ ଐତିହାସିକ ଡ଼ଃ ଦୋଳଗୋବିନ୍ଦ ବିଶି ଏକ ପୁସ୍ତକ ଲେଖିବା ସହ ସରକାର ଏ ନେଇ ଗବେଷଣା ଜାରି ରଖିଛନ୍ତି।

Exif_JPEG_420

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top