ଓଡ଼ିଶା

ଏ.ବି. ବର୍ଦ୍ଧନଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଭୁବନେଶ୍ୱର, ୨/୧(ଓଡ଼ିଆ ପୁଅ)– ଭାରତବର୍ଷର କମ୍ୟୁନିଷ୍ଟ ଓ ଶ୍ରମିକ ଆନ୍ଦୋଳନର ଅନ୍ୟତମ ତୁଙ୍ଗ ନେତା, ସିପିଆଇ ଓ ଏଆଇଟିୟୁସିର ପୂର୍ବତନ ସାଧାରଣ ସମ୍ପାଦକ ଏ.ବି. ବର୍ଦ୍ଧନଙ୍କ ଦ୍ୱିତୀୟ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଆଜି ଭଗବତୀ ଭବନଠାରେ ଏଆଇଟିୟୁସିର ଉପସଭାପତି ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସୌରୀବଂଧୁ କର କମ୍ରେଡ଼ ବର୍ଦ୍ଧନଙ୍କ ଦୀର୍ଘ ୭୦ ବର୍ଷର ସଂଗ୍ରାମୀ ଜୀବନୀ ଏବଂ ଭାରତବର୍ଷର ଶ୍ରମିକ ଓ କମ୍ୟୁନିଷ୍ଟ ଆନ୍ଦୋଳନକୁ ତାଙ୍କର ଅବଦାନ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ସିଆଇଟିୟୁ ରାଜ୍ୟ ସଭାପତି ଲମ୍ବୋଦର ନାୟକ, ଏଚ.ଏମ.ଏସ. ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଏଆଇୟୁଟିୟୁସିର ସମ୍ପାଦକ ଜୟସେନ ମେହେର, ଆଇଏନଟିୟୁସିର ସାଧାରଣ ସମ୍ପାଦକ କିଶୋର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ– ଦେଶର ବର୍ତ୍ତମାନର ସାମ୍ପ୍ରତିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ଅବସ୍ଥା ଗୁରୁତର ସଙ୍କଟ ମଧ୍ୟରେ ଗତି କରୁଥିବାବେଳେ ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତିମାନଙ୍କ ଦ୍ୱାରା ଦେଶର ସମ୍ବିଧାନ, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଏବଂ ସର୍ବୋପରି ଶ୍ରମଜୀବି ଜନଗଣଙ୍କ ଉପରେ ବର୍ଦ୍ଧିତ ଆକ୍ରମଣ ସମୟରେ ଆଜି କମ୍ରେଡ଼ ବର୍ଦ୍ଧନଙ୍କ ମିଳିତ ଆନ୍ଦୋଳନ ଓ କାର୍ଯ୍ୟକ୍ରମକୁ ଆଗେଇ ନେବା ରୂପାୟନ କରିବାରେ ତାଙ୍କର ଅତୀତର କାର୍ଯ୍ୟାବଳୀ, ଭୂମିକା ପାରଦର୍ଶିତାର କଥା ମନେପଡ଼େ। ତାଙ୍କରି ସେହି କାର୍ଯ୍ୟଧାରାକୁ ଅନୁସରଣ କରି ଦେଶକୁ ଏହି ସଙ୍କଟରୁ ଉଦ୍ଧାର କରାଯାଇ ପାରିବ। ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଶିକ୍ଷକ ନେତା ଅଧ୍ୟାପକ ଅମୀୟ କୁମାର ମହାନ୍ତି, ଏଚଏମଏସ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଚଏମଏସର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ସଂଯୁକ୍ତିା ମହଲ, ପୂର୍ଣ୍ଣଚନ୍ଦ୍ର ବେହେରା, ସୁର ଜେନା, କିଶୋର ଜେନା, ତୁଷାରକାନ୍ତ, ଗୋହିଗୋବିନ୍ଦ ବେଶ୍ରା, ମହେଶ୍ୱର ରାଉତ, ଏନ. ଗୋପାଳ ପ୍ରମୁଖ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ସ୍ମୃତିଚାରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top