ଖେଳ

ଏ.କେ.ଏମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ :ସରଳପୁର ଚମ୍ପିଆନ

ତିର୍ତ୍ତୋଲ୨୬.୦୨(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ଭଗିନୀ ନିବେଦିତା ନୋଡ଼ାଲ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ଆଖଣ୍ଡଳମଣି, ଖଇଫୁଟା ମହାବିର୍ (ଏ.କେ.ଏମ୍ ) କ୍ରିକେଟ୍ ସ୍ପୋର୍ଟିଙ୍ଗ୍ କ୍ଲବ ଆନୁକୂଲ୍ୟରେ ୪ ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ୍ ଆଜି ଉଯାପନ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି କ୍ରିକେଟ୍ ଟିମ୍ ଭାଗ ନେଇଥିବାବେଳେ ଫାଇନାଲ ଖେଳଟି ସାରଳାରୋଡ଼ ଓ ସରଳପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାରଳାରୋଡ଼ ପ୍ରଥମେ ଟସ୍ ଜିତି ୧୫ ଓଭରରେ ୯ ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଥିବାବେଳେ ଜବାବରେ ସରଳପୁର କ୍ରିକେଟ୍ ଟିମ୍ ୧୪ ଓଭର ଖେଳି ୭ ୱିକେଟ୍ ହରାଇ ଆବଶ୍ୟକତା ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଏହି ଟୁର୍ଣ୍ଣମେଣ୍ଟରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ସ୍ଥାନୀୟ ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ସମାଜସେବୀ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଚମ୍ପିଆନ ଓ ରନର୍ସଅଫ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ। ବବୁଲ ଅଲ୍ଲି ୨୬ ରନ ଓ ୨ ୱିକେଟ୍ ସଂଗ୍ରହ କରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିବାବେଳେ ଡ଼ିଜେ ବାବୁ ୩ ଓଭରରେ ୨ ୱିକେଟ୍ ସଂଗ୍ରହ କରି ମ୍ୟାନ ଅଫଦି ସିରିଜ୍ ବିବେଚିତ ହୋଇଥିଲେ। ଏହି ଖେଳକୁ ଓମ୍ପେଆର ଭାବେ ଆକାଶ ମହାନ୍ତି, ରକି ମହାନ୍ତି, ସୂର୍ଯ୍ୟକାନ୍ତ ବେହେରା, ଆଶୁତୋଷ ମହାନ୍ତି, ସୋଭାଗ୍ୟ ରଞ୍ଜନ ଦାସ ପରିଚାଳନା କରିଥିବାବେଳେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top