ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ଭଦ୍ରକ ଜିଲ୍ଲା କନଭେନ୍ସନ୍

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ଜିଲ୍ଲା କନ୍ଭେନ୍ସନ୍ ସ୍ଥାନୀୟ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ୱ କରିଥିଲେ ଏସ.ୟୁ.ସି.ଆଇ କମ୍ୟୁନିଷ୍ଟ ରାଜ୍ୟ କମିଟି ସଦସ୍ୟ ଉଦ୍ଧବ ଜେନା, ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ରାଜ୍ୟ କମିଟିର ବରିଷ୍ଠ ସଦସ୍ୟ ବିଷ୍ଣୁପଦ ଦାସ କନଭେନ୍ସନ୍ରେ ଆନ୍ତର୍ଜାତୀୟ ଓ ଜାତୀୟ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସାଂପ୍ରତିକ ପରିସ୍ଥିତିରେ ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବେକାରୀ ଓ ଶିକ୍ଷାର ବ୍ୟବସାୟୀ କରଣ ଓ ଫିସ୍ ବୃଦ୍ଦି ବିରୁଦ୍ଧରେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବାର ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କନ୍ଭେନ୍ସନ୍ରେ ବହୁ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାସ୍ତରରେ ଏକ ପାଞ୍ଚ ଜଣିଆ ଜିଲ୍ଲା ସାଂଗଠନିକ କମିଟି ଗଠିତ ହୋଇଥିଲେ। ଏଥିରେ ରମେଶ ନାୟକ ସଂପାଦକ ରହିଛନ୍ତି।

Leave a Reply

Your email address will not be published. Required fields are marked *