କେନ୍ଦ୍ରାପଡ଼ା

ଏସ.ପି.ଙ୍କ କାର୍ଯ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ରକ୍ଷାପାଇଁ ବୈଠକ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରର ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ ଆରକ୍ଷୀ ଅଧିକ୍ଷକ ନିତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବନା ବଜାୟ ରହିବା ସହ ଧାର୍ମିକ କାର୍ଯ୍ୟକ୍ରମ ସୁରୁଖୁରୁରେ କରାଯିବା ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଏସ.ପି ବିକାଶ ଚନ୍ଦ୍ର ଦାସ,କେନ୍ଦ୍ରାପଡା ଏସ.ଡି.ପି.ଓ ରାଜିବଲୋଚନ ପଣ୍ଡା, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ,ପୂର୍ବତନ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସଲୀମ ଖାଁ,ସୟଦ ଅକମଲ ଅଲ୍ଲୀ,ଲିଆକତ ହୁସେନ,ସେକ କାଲା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top