ଓଡ଼ିଶା

ଏସ୍.ୟୁ.ସି.ଆଇ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଘେରାଉ

ହରିଚନ୍ଦନପୁର,ତା୧୬.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ଏସ୍.ୟୁ.ସି.ଆଇ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ସମସ୍ୟାକୁ ନେଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଘେରାଉ । ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ସମସ୍ତ ଆଦିବାସୀ ଓ ଗରିବ ଜନସାଧାରଣଙ୍କ ପାଇଁ ଘରଡିହ, ଚାଷଜମି ପଟ୍ଟା, ରେସନ କାର୍ଡ, ଇନ୍ଦିରା ଆବାସ, ମୋକୁଡିଆ, ପ୍ରଧାନମନ୍ତ୍ରୀ ଆବାସ ,ବୃଦ୍ଧ ବୃଦ୍ଧା ଓ ବିଧବା ମାନଙ୍କୁ ଭତା ଏବଂ ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ନିଯୁକ୍ତି ଭଳି ଅନେକ ଦାବିକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା । ଏସ୍.ୟୁ.ସି.ଆଇର କର୍ମୀମାନେ ହରିଚନ୍ଦନପୁର ଲକ୍ଷ୍ମୀ କମିଟି ନିକଟରୁ ଏକ ରାଲି ଆରମ୍ଭ କରି ବଜାର ପରିକ୍ରମା କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାରର ନାରା ବାଜି ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଏକ ସଭା କରି ଲୋକମାନଙ୍କର ବିଭିନ୍ନ ସମସ୍ୟା ଉପରେ ମୂଖ୍ୟବକ୍ତା ଭାବରେ ପାଟିର ରାଜ୍ୟ କମିଟର ସଭ୍ୟ ରଘୁନାଥ ଦାସ ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ଗରିବ ଆଦିବାସୀ ଜନସାଧାରଣଙ୍କୁ ସ୍ୱାର୍ଥକୁ ପଦଦଳିତ କରିଚାଲିଛନ୍ତି ତାହା ବର୍ଣ୍ଣନା କରିଥିଲେ । ଗରିବ ଲୋକମାନେ ନିଜ ନିଜର ନ୍ୟାୟ ଦାବି ଆଦାୟ କରିବାକୁ ହେଲେ ସଚେତନ ଓ ସଙ୍ଗଠିତ ଗଣ ଆନ୍ଦୋଳନ ହିଁ ତାଙ୍କ ହାତରେ ଏକ ମାତ୍ର ହତିଆର ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାମ ହେମ୍ବ୍ରମ, କାଇଣ ସଦାର, ମନୋଜ ହେମ୍ବ୍ରମ, ରହିନ ଦିର୍ଘି, ବାବୁଲି ମୁଣ୍ଡା, ରମେଶ ବାନରା, ରାମ ମହାନ୍ତ, କେଦାର ସାହୁ, ନିରୁପମା ବେହେରା ଆଦି ନିଜର ନିଜର ବକ୍ତବ୍ୟ ଦେଇଥିଲେ । ଓ ରାଜ୍ୟପାଳଙ୍କ ଉଦ୍ଧେଶ୍ୟ ନିମନ୍ତେ ଏକ ସ୍ମାରକପତ୍ର ବିଡିଓଙ୍କୁ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top