ଓଡ଼ିଶା

ଏସ୍.ବି.ଆଇ. ଏଟିଏମ୍ ରୁ ଲୁଟ ଉଦ୍ୟମ କରି ମେସିନକୁ ପୋଡିଲେ ଲୁଟେରା

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଓଏମସି ଛକ ନିକଟ ଏସ୍.ବି.ଆଇ. ଏଟିଏମରୁ ଗତ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ମେସିନରେ ନିଆଁ ଲଗାଇଥିବା ଜଣାପଡିଛି । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଟିଏମ୍ ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଦୁବୁର୍ତ୍ତ ମାନେ ପୋଡି ଦେଇଥିବା ଜଣାପଡିଛି । ରବିବାର ସକାଳେ ଏକା ଜଣା ପଡିବା ପରେ ଭଡା ଦେଇଥିବା ଘର ମାଲିକ ଏ ନେଇ ବଡବିଲ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣାପଡିନାହିଁ । ମେସିନର ଟେକନିକାଲ ଟିମ୍ ଓ ବ୍ୟାଙ୍କ ଅଧିକାରୀ ପହଞ୍ଚିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୦୮.୦୯.୨୦୧୫ ଅନୁରୂପ କେତେ ଜଣ ଲୁଟେରା ଏହି ଏଟିଏମ୍କୁ ଗ୍ୟାସ କଟରରେ କାଟି ଲୁଟ ଉଦ୍ୟମ କରିଥିବା ଜଣାପିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top