ଏସିଆନ ଗେମ୍ସ ୨୦୧୮ର ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ବିଜୟୀ ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଏସିଆନ ଗେମ୍ସ ୨୦୧୮ର ୬୫ କିଗ୍ରା ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

“୬୫ କିଗ୍ରା ଫ୍ରିଷ୍ଟାଇଲ ରେସଲିଂରେ ସ୍ମରଣୀୟ ପଦକ ବିଜୟୀ ହୋଇଥିବା ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ। ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଏହା ହେଉଛି ଏସିଆନ ଗେମ୍ସ-୨୦୧୮ରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଆପଣଙ୍କର ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା, ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *