ଏସିଆନ୍ ଗେମ୍ସ ୨୦୧୮: ୧୬ ବର୍ଷର ସୌରଭ ଚୌଧରୀ ରଚିଲେ ଇତିହାସ, ସ୍ୱର୍ଣ୍ଣ ପଦକ ଜିତିଲେ ସବୁଠାରୁ କନିଷ୍ଠ ଯୁବ ଭାରତୀୟ

ନୂଆଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ୧୮ ତମ ଏସିଆନ୍ ଗେମ୍ସରେ ଭାରତୀୟ ସୁଟର ଭଲ ପ୍ରଦର୍ଶନ କରୁଛନ୍ତି। ଏସିଆନ୍ ଗେମ୍ସର ତୃତୀୟ ଦିନ ଆଜି ଭାରତର ସୌରଭ ଚୌଧରୀ ୧୦ ମିଟର ପିଷ୍ଟଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜୀତି ଇତିହାସ ରଚିଛନ୍ତି। ଭାରତର ସୁଟର ଏପର୍ଯ୍ୟନ୍ତ ୩ଟି ମେଡାଲ ଜୀତି ପାରିଛନ୍ତି।

ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହରିଆଣାର ଅଭିଷେକ ବର୍ମା ପାଇଛନ୍ତି। ୧୬ ବର୍ଷର ସୌରଭ ଚୌଧରୀ ବଡ଼ ଇତିହାସ ରଚିଛନ୍ତି। ସେ ଏସିଆନ୍ ଖେଳରେ ସ୍ୱର୍ଣ୍ଣ ପଦକ ଜୀତି ପାରିଥିବା ସବୁଠାରୁ କନିଷ୍ଠ ଯୁବ ଭାରତୀୟ ଖେଳାଳି ବନିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି।

ସୌରଭ କ୍ଵାଲୀଫିକେସନ ରାଉଣ୍ଡ ୯୯, ୯୯, ୯୩, ୯୮, ୯୮, ୯୯ ର ସଟ୍ସ ଲଗାଇ ୫୮୬ ର ସ୍କୋର ହାସଲ କରିଛନ୍ତି। ସୌରଭ ତିନି ଥର ୯୯ ସ୍କୋର ହାସଲ କରିଛନ୍ତି। ୧୬ ବର୍ଷର ସୌରଭ ଜାପାନର ଦୁଇ ଥରର ଅଲମ୍ପିଆନ ମାତସୁଦାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଭାରତ ପାଇଁ ବଡ଼ ସଫଳତା ଅଟେ।

ଉତ୍ତର ପ୍ରଦେଶର ମିରଟରେ ରହୁଥିବା ସୌରଭ ଚୌଧରୀ ଚଳିତ ବର୍ଷ ଜର୍ମାନୀରେ ଆୟୋଜିତ ଆଇଏସଏସଏଫ ଜୁନିଅର ବିଶ୍ଵ କପରେ ବିଶ୍ଵ ରେକର୍ଡ କରି ସ୍ଵର୍ଣ୍ଣ ପଦକ ଜିତିଥିଲେ।

Leave a Reply

Your email address will not be published. Required fields are marked *