ଓଡ଼ିଶା

ଏସିଆଡ୍ ରେ ପଦକ ବିଜେତା ଓଡ଼ିଆ ହକି ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ୬ଜଣ ଖେଳାଳୀଙ୍କୁ ୫ କୋଟିଟଙ୍କା ପୁରସ୍କାର

ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) ଚଳିତ ବର୍ଷ ଏସିଆଡରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଭୌମ୍ୟ ପଦକ ଜିତିଥିବା ମହିଳା ଟିମ୍ନ ୪ ଜଣ ଓଡିଆ ଖେଳାଳୀଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଟିମ୍ ର ଦୁଇ ଜଣ ଓଡିଆ ଖେଳାଳୀଙ୍କୁ ପ୍ରତ୍ୟେକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କ ଉଲ୍ଲେଖନୀୟ କୃତୀତ୍ବକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ। ଭବିଷ୍ୟତରେ ସେମାନଙ୍କୁ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ମହିଳା ଖେଳାଳୀମାନେ ହେଲେ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପୋ। ସେହିପରି ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇଥିବା ପୁରୁଷ ଖେଳାଳୀମାନେ ହେଲେ – ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ।

ସୂଚନାଯୋଗ୍ୟ ଯେ ୨୦୧୭ ବର୍ଷ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା ଖେଳାଳୀ ସୁନିତା ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବେଳେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଉଭୟ ଖେଳାଳୀଙ୍କୁ ପ୍ଲେୟାର ଅଫ ଦି ଇୟର-୨୦୧୭ ଟ୍ରଫି, ମାନପତ୍ର ସହିତ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଏସିଆରେ ଆଥଲେଟିକ୍‌ରେ ଭାଗ ନେଇଥିବା ଖେଳାଳୀ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସାଢେ ସାତ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡ଼ା ଓ ଯୁବସେବା ସଚିବ ଏବଂ କ୍ରୀଡା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top