ଜିଲ୍ଲା ପରିକ୍ରମା

ଏସବିଆଇ ଏଟିଏମରୁ ଲୁଟଉଦ୍ୟମ ପଣ୍ଡ, ପୁଲିସର ଖୋଳତାଡ ଆରମ୍ଭ

ମାଲକାନଗିରି,୨୧ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଦିନକୁ ଦିନ ଚୋରି ଲୁଟଘଟଣା ବୃଦ୍ଧିପାଉଥିଲେ ମଧ୍ୟ ଏହାର ପୁଲିସ କିଛି ଟେର ପାଉନଥିବାରୁ ପୁଲିସର ପାରିବା ପାଣିଆ ପ୍ରତି ସହରବାସୀ ଆଙ୍ଗୁଠି ନିର୍ଦ୍ଦେଶ କରିଛନ୍ତି । ଶନିବାର ରାତ୍ରରେ ମାଲକାନଗିରି ଜିଲ୍ଲାସଦର ମହକୁମା ପୁରଣା ହସପିଟାଲ ପରିସରରେ ଥିବା ଏସବିଆଇ ଏଟିଏମ ଚ୍ୟାମ୍ବର ଭାଙ୍ଗି କେହି ଦୁର୍ବୁତ ଲୁଟ କରିବାପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ଗତ କିଛି ଦିନହେଲା ଜିଲ୍ଲାସଦର ମହକୁମା ହସପିଟାଲ ଟି ନୁଆ ସାତମହଲା ହସପିଟାଲକୁ ସ୍ଥାନାନ୍ତରିତ ହୋଇ ଗଲାପରେ ପୁରଣା ହସପିଟାଲ ପରିସର ଭୁତକୋଠିରେ ପରିଣତହୋଇ ଯାଇଛି । ନୁଆ ହସପିଟାଲକୁ ସବୁ ବିଭାଗ ସ୍ଥନାନ୍ତରିତ ହୋଇ ଯାଇଥିବାବେଳେ କେବଳ ଆଇସିୟୁ,ଏସଏନସିୟୁ,ଏକ୍ସରେ ଏହି ତିନୋଟି ବିଭାଗ ପୁରଣା ହସପିଟାଲରେ ରହିଯାଇଛି । କମ ସଂଖ୍ୟକ ରୋଗୀ ଓ କମ ସଂଖ୍ୟକ କର୍ମଚାରୀ ଥିବାର ସୁଯୋଗ ନେଇ କିଛି ଦୁର୍ବୃତ ଗତକାଲି ରାତ୍ରରେ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରିଥିଲେ, କେବଳ ଏଟିଏମର ଟଙ୍କା ବାହୁରୁଥିବା ଚ୍ୟାମ୍ବରଟି ଭାଙ୍ଗି ଯାଇଛି । ସ୍ୱଭାଗ୍ୟବସତ ଏଟିଏମରେ ଟଙ୍କା ନଥିବାରୁ ସେ ନେଇ ପାରିନଥିବାର ଜଣାପଡିଛି । ଏ ସଂପର୍କରେ ଡାକ୍ତରଖାନା କର୍ତୁପକ୍ଷ ମାଲକାନଗିରି ଥାନାରେ ଜଣାଇବାପରେ ପୁଲିସ ଏଟିଏମ କୁ ସିଲକରି ସିସିଟିଭି ରୁ ଦୁର୍ବୁତର ଫଟୋ ସଂଗ୍ରହ କରି ଖୋଳତାଡ ଆରମ୍ଭ କରିବାସହିତ ତଦନ୍ତ ଚଳାଇଛନ୍ତି ।ଠିକ  ସେହିପରି ସହରରେ ଗତ କିଛି ଦିନ ହେଲା ବାରମ୍ବାର ମଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ହେଉଥିବା ବେଳେ ପୁରଣା ହସପିଟାଲରେ  ରୋଗୀ ମାନଙ୍କ ମୋବାଇଲ, ଟଙ୍କା ଚୋରି ହେଉଥିବାର ଅଭିଯୋଗ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top