ଜିଲ୍ଲା ପରିକ୍ରମା

ଏସପିଙ୍କ ଦ୍ୱାରସ୍ଥ ହେଲେ ଆକ୍ରମଣର ଶିକାର ହୋଇଥିବା ମହିଳା

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଅସହାୟ ନିରିହା ମହିଳାଟିଏ ଆଜି ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଧାମନଗର ଥାନା ଅଧିନ ଦଇପୁର ଗାଁର ଅଭିରାମ ଜେନାଙ୍କ ସ୍ତ୍ରୀ କୁନିରାଣୀ ଜେନାଙ୍କୁ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ମୂମୁର୍ଷ ଅବସ୍ତାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତୀ ହୋଇ ସାମୟିକ ହୋସ ଫେରିବା ପରେ ଥାନାରେ ଏଲତା ଦେଇଥିଲେ। ଏନେଇ ବସନ୍ତ ଜେନା, ହଗରା ଜେନା, ଗୌରୀ ଜେନା, ସୁକୁଟା ଜେନା ଓ ବାବୁଆ ଜେନା ପ୍ରମୁଖଙ୍କ ବିରୋଧରେ ଏକ ମାମଲା ୮୪/୧୮, ଦଫା ୩୪୧, ୩୨୩, ୩୨୫, ୨୯୪, ୩୫୪, ୫୦୬ ଓ ୩୪ ଆଇପିସି ରୁଜୁ ହୋଇଛି। ତେବେ ମାମଲା ରୁଜୁ କରି ପୋଲିସ ହାତବାନ୍ଧି ବସିଛି। ଅଭିଯୁକ୍ତମାନଙ୍କ ଦ୍ୱାରା ପୋଲିସ କରଗତ ହୋଇ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାଁନ୍ତି। ପ୍ରତି ମୂହୁର୍ତ୍ତରେ କୁନିଲତା ଓ ତାଙ୍କ ପରିବାର ଭୟରେ ଥିବା ଏବଂ ଅଭିଯୁକ୍ତମାନେ ପୂନର୍ବାର ଆକ୍ରମଣ କରିବାର ସମ୍ଭାବନା ଥିବା ମହିଳା ଜଣକ ଏସପିଙ୍କୁ ଗୁହାରୀ କରିଛନ୍ତି। ପ୍ରକାଶ ଥାଉକି, ଚଳିତ ମାସ ୧୫ ତାରିଖରେ କୁନିଲତାଙ୍କ ସ୍ୱାମୀ ଘରେ ନଥିବା ବେଳେ ଏହାର ଫାଇଦା ଉଠାଇ ଦଇପୁର ଜେନାସାହିର ଅଭିଯୁକ୍ତମାନେ ବାଡି ଓ ଲୁହା ରଡ ସହାଯ୍ୟରେ ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରି ରକ୍ତାକ୍ତ କରିଥିଲେ। ତଳେ ପଡି ଚିତ୍କାର କରୁଥିବା ବେଳେ ତାଙ୍କ ଶାଢୀ ଖୋଲି ଅର୍ଦ୍ଧଲଗ୍ନ କରିଦେଇଥିଲେ। ଏଥିସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ। କିଛି ସମୟ ପରେ ମହିଳା ଜଣକ ବେହୋସ ହୋଇଯିବାରୁ ତାଙ୍କ ପୁଅକୁ ମାରି ଦେବାକୁ ଧମକ ଦେଇଥିଲେ। ଯଦି ଏନେଇ ଥାନାରେ ଏତଲା ଦିଆଯାଏ ତେବେ ପରିସ୍ଥିତି ଭୟାଭୟ ହେବା ସହ ଘରେ ପେଟ୍ରୋଲ ଢାଳି ନିଆଁ ଲଗେଇଦେବେ ବୋଲି ଚେତାବନି ଦେଇଥିଲେ। ମହିଳା ଜଣକ ତଳେ ପଡି ଚିତ୍କାର କରୁଥିବା ବେଳେ ଗ୍ରାମବାସୀମାନେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ତାଙ୍କ ମୁଣ୍ଡରେ ଭୀଷଣ କ୍ଷତ ହୋଇଥିବା ବେଳେ ଆଖିପତା ଓ ଗାଲରେ ଗଭୀର ଆଘାତ ହୋଇଛି। ପରେ ସାମୟିକ ହୋସ ଆସିବା ପରେ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏଯାବତ ପୁଲିସି କୌଣସି ପଦକ୍ଷେପ ନେଇନଥିବା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top