ଏଲ୍.ଇ.ଡି ଆଲୋକରେ ଝଲସିଲା ଜେଲ୍ ରୋଡ୍

ପୁରୀ, ୨୬/୩ (ଓଡ଼ିଆ ପୁଅ) :-ସହରରେ ପ୍ରବେଶପଥ କୁହାଯାଉଥିବା ଜେଲ୍ ରୋଡ୍ ଏଲ୍.ଇ.ଡି.ଆଲୋକରେ ଝଲସି ଉଠିଲା। ପୌରସଂସ୍ଥା ପକ୍ଷରୁ ୩୬ଟି ଏଲ୍ .ଇ.ଡି.ବଲ୍ ଓ ଗୋଟିଏ ହାଇମାକ୍ସ୍ ଲାଇଟ୍ ଲଗାଯାଇ ରାସ୍ତାକୁ ଆଲୋକିତ କରାଯାଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ସୁଇଚ୍ ଟିପି ଏହି ଆଲୋକ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏହି ଲାଇଟ୍ ଲାଗିବା ଦ୍ୱାରା ଡାକ୍ତର ଖାନା ଛକ ଠାରୁ ଅଠରନଳା ପଯ୍ୟନ୍ତ ଉଜ୍ୱଳ ଆଲୋକରେ ଝଲସିଛି। ଉଦ୍ଘାଟନ ଉତ୍ସବରେ ପୌରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ପୌରସଦସ୍ୟ ପ୍ରଦୀପ କୁମାର ନାୟକ ବିଭୁତୀ ଭୂଷଣ ସେଠ, ବଳରାମ ରେଡ୍ଡୀ, ୱାଇ ମାଳତୀ, ବାବୁଲା ପ୍ରସାଦ, ନେତ୍ରାନନ୍ଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। (ଫ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *