ଏଲ୍ଇଡି ଲାଇଟ୍ ପ୍ରକଳ୍ପର ଶୁଭାରମ୍ଭ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏଣୁ ଏଣିକି ସମ୍ବଲପୁର ମହାନଗର ଏଲ୍ଇଡିର ସ୍ୱଚ୍ଛ ଆଲୋକରେ ଝଲସିବ। ଏଥିପାଇଁ ଆଜି ଶାନ୍ତିନଗରରେ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରହୀ, ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲ୍ଲାପାଳ ସମର୍ଥ ବର୍ମା, ନିଗମ କମିଶନର ବିମଳେନ୍ଦୁ ରାୟଙ୍କ ସହ ବହୁ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତିନଗରରେ ଏହି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। କମିଶନର ଶ୍ରୀ ରାୟଙ୍କ ସୂଚନା ଅନୁଯାୟୀ ପ୍ରଥମ ଦଫାରେ ନିଗମରେ ପ୍ରାୟ ୫ ହଜାର ଏଲ୍ଇଡି ଲାଇଟ ଲଗାଯିବ। ଏଥିପାଇଁ ପ୍ରାୟ ୩.୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ପର୍ଯ୍ୟାୟକ୍ରମେ ବୁର୍ଲା, ହୀରାକୁଦ ସହ ନିଗମରେ ସାମିଲ ହୋଇଥିବା ୧୨ଟି ପଞ୍ଚାୟତର ୫୪ଟି ଗ୍ରାମରେ ମଧ୍ୟ ଏହି ଏଲଇଡି ଲାଇଟ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଅଧିକ ୧୪ ହଜାର ଲାଇଟର ଆବଶ୍ୟକତା ରହିଛି ଓ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ଶାନ୍ତିନଗରରେ ଶାନ୍ତିଧାମ ଶବ ସକ୍ରାର କେନ୍ଦ୍ରକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା। ୧୫ ଲକ୍ଷ ଟଙ୍କାରେ ଶାନ୍ତିଧାମ ନିର୍ମାଣ ହୋଇଛି। ସେହିପରି ସମଲେଶ୍ୱରୀ ମନ୍ଦିର ନିକଟ ରିଂରୋଡରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ପାଇଖାନା, ଦଲେଇପଡାରେ ୧୭ ଲକ୍ଷ ଓ ଚାରଭାଟିରେ ୨୨ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ ପାଇଖାନାକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *