ଏଲ୍ଆଇସି ଏଜେଣ୍ଟ ସଂଘ କଟକ ଡିଭିଜନ୍ର ବାର୍ଷିକ ସାଧାରଣ ସଭା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଭଦ୍ରକ ଶ୍ରମିକ କର୍ମଚାରୀ ଭବନରେ ଏଲଆଇସି ଏଜେଣ୍ଟ ସଂଘ କଟକ ଡିଭିଜନର ବାର୍ଷିକ ସାଧାରଣ ସଭା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କମିଟିର ସର୍ବଭାରତୀୟ ଯୁଗ୍ମ ସଂପାଦକ ଜୟନ୍ତ ବୋଷ ଯୋଗ ଦେଇଥିଲେ । ଓଡ଼ିଶାର ଆବାହକ ଚନ୍ଦ୍ରକାନ୍ତ ବିଶ୍ୱାଳ ବିବରଣୀ ପାଠ କରିବା ପରେ ଯୁଗ୍ମ ସଂପାଦକ ବିସ୍ତାରିତ ଭାବେ ଏଲ୍ଆଇସି ଏଜେଣ୍ଟମାନଙ୍କ ସଂପର୍କରେ ଓ ଏଲ୍ଆଇସି ସଂପର୍କରେ ବ୍ୟାଖ୍ୟା କରିଥିଲେ । ସଭାପତି ଶ୍ରୀ ନାୟକ କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତି ବ୍ୟାଖ୍ୟା କରିବା ସାଙ୍ଗକୁ ଏଲ୍ଆଇସି କେମିତି ଏଜେଣ୍ଟ ମାନଙ୍କୁ ଶୋଷଣ କରୁଛି, ସେ ବିଷୟରେ ବ୍ୟାଖ୍ୟା କରିଥିଲେ । ସଭାରେ ଓଡ଼ିଶା କମିଟିର ସାଧାରଣ ସଂପାଦକ ପୂର୍ଣ୍ଣ ପାଢୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ଡିଭିଜନ୍ରୁ ପ୍ରମୋଦ ପତି ଓ ନିରଂଜନ ବେହେରା ଯୋଗ ଦେଇଥିବାବେଳେ ଯାଜପୁର ଶାଖାରୁ ଗଣେଶ ସାହୁ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *