ad
ଓଡ଼ିଶା

ଏଲପିଜି ପଂଚାୟତ ଯୋଜନା : ସବୁ ପରିବାରଙ୍କ ପାଇଁ ଏଲପିଜି ସଂଯୋଗ

ନୂଆଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ସରକାର ଏବେ ପ୍ରଧାନମନ୍ତ୍ରୀ ଏଲପିଜି ପଂଚାୟତ ଯୋଜନା ପ୍ରବର୍ତ୍ତନ କରିଛନ୍ତି ଯାହା ଗ୍ରାମାଂଚଳ ଏଲପିଜି ଉପଭୋକ୍ତାମାନଙ୍କ ସକାଶେ ଭାବ ବିନିମୟକାରୀ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଛି। ଏହି ପ୍ଲାଟଫର୍ମ ଜରିଆରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ପ୍ରସଙ୍ଗ ଯଥା ଏଲପିଜିର ସୁରକ୍ଷିତ ବ୍ୟବହାର, ପର୍ଯ୍ୟାବରଣ ଉପରେ ଏହାର ସକାରାତ୍ମକ ପ୍ରଭାବ, ମହିଳା ସଶକ୍ତିକରଣ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ଇନ୍ଧନ ଭାବେ ଏଲପିଜି ବ୍ୟବହାର ବୃଦ୍ଧି କରିବା ସକାଶେ ପରାମର୍ଶ ଯୋଗାଇ ଦିଆଯାଉଛି। ସରକାର ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ ୨୦୧୬ ମେ ୧ ତାରିଖ ଦିନ ଆରମ୍ଭ କରିଥିଲେ ଯାହା ମାଧ୍ୟମରେ କୌଣସି ଅର୍ଥ ପୈଠ ନକରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଦେଶର ୫ କୋଟି ମହିଳାଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏଥିପାଇଁ ୮୦୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ପୁନଶ୍ଚ ଏହି ଲକ୍ଷ୍ୟକୁ ଏବେ ୮ କୋଟି ମହିଳାଙ୍କୁ ଏଲପିଜି ପ୍ରଦାନକୁ ବୃଦ୍ଧି କରାଯାଇଛି। ସେଥିପାଇଁ ଅତିରିକ୍ତ ୪୮୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ୨୦୧୧ ମସିହାର ସାମାଜିକ ଆର୍ଥିକ ଜନଗଣନା ରିପୋର୍ଟ ଆଧାରରେ ଏହି ଯୋଜନାର ହିତାଧିକାରୀଙ୍କ ଚୟନ କରାଯାଇଛି। ସରକାର ଏହି ଯୋଜନା ମାଧ୍ୟମରେ ଏବେ ନିମ୍ନଲିଖିତ ବର୍ଗଙ୍କୁ ଏଲପିଜି ପ୍ରଦାନ ସକାଶେ ନିଷ୍ପତି ଗ୍ରହଣ କରିଛନ୍ତି:-

କ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଥିବା ସମସ୍ତ ଏସସି/ ଏସଟି ହିତାଧିକାରୀ ପରିବାର,
ଖ) ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ)
ଗ) ବନବାସୀ
ଘ)ସର୍ବାଧିକ ପଛୁଆ ବର୍ଗ (ଏମବିସି)
ଙ)ଚା ବଗିଚାରେ ବସବାସ କରୁଥିବା ଜନଜାତି
ଚ) ଦ୍ୱୀପରେ ବସବାସ କରୁଥିବା ଲୋକ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ରଖି ଏହି ବିଷୟ ପ୍ରକାଶ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top