ଜିଲ୍ଲା ପରିକ୍ରମା

ଏଲଆଇସି ରାଉରକେଲା ଶାଖାରେ ୬୨ତମ ବାର୍ଷିକୀ ବୀମା ସପ୍ତାହ

ରାଉରକେଲା ୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଜୀବନବୀମା ନିଗମ ଶାଖାରେ ୬୨ତମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ଓ ବୀମାସପ୍ତାହକୁ ରାଜ୍ୟ ଶିକ୍ଷା ବିଭାଗର ପ୍ରାକ୍ତନ ଅଧ୍ୟକ୍ଷ ସୁଧିର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ମିଶ୍ର ଏଲଆଇସିର ଦୀର୍ଘ ଛଅ ଦଶକର ଯାତ୍ରା ବିଷୟରେ ଆଲୋକପାତ କରି ଆଗାମୀ ଦିନରେ ଗ୍ରାହକ ମାନଙ୍କୁ ଆହୁରି ଅଧିକ ଡିଜିଟାଲ ସେବା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଷଣଭଙ୍ଗୁର ଜୀବନରେ ଅନିଶ୍ଚିତା ଜୀବନରେ ଅନିଶ୍ଚିତାକୁ ସମ୍ମୁଖୀନ ହେବାପାଇଁ ଜୀବନବୀମା ଏକ ଆବଶ୍ୟକତା ବୋଲି ଉତ୍ସବରେ ଅଧ୍ୟକ୍ଷତା କରି ବରିଷ୍ଠ ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମହାପାତ୍ର ମତ ପୋଷଣ କରିଥିଲେ। ୨୦୪୮ ଶାଖା ଏବଂ ୧ ହଜାରରୁ ଉର୍ଦ୍ଧ ସାଟେଲାଇଟ ସମ୍ପର୍କ ଅଫିସ ମାଧ୍ୟମରେ ଏଲଆଇସି ପଲିସିଧାରୀଙ୍କୁ ନିରନ୍ତର ସେବା ପ୍ରଦାନ କରି ଆସୁଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ଅବସରରେ ନିଗମର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ନିଗମ ପକ୍ଷରୁ ବିଭୁ ନାୟକ ସଭା ସଂଚାଳନ କରିଥିଲେ। ଉତ୍ସବରେ ଶତାଧିକ ଏଜେଂଟ, କର୍ମଚାରୀ, ବିକାଶ ଅଧିକାରୀ ଓ ପଲିସିଧାରୀ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top