ଏରେଣ୍ଡେଇ ପ୍ରାଥମିକ ବିଦ୍ୟାଳୟ – ଛାତ୍ରାବାସ ରୋଷେୟା ଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା, ତା୧୬/୧୨(ଓଡ଼ିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଛାତ୍ରାବାସ ର ରୋଷେୟା ତଥା ଜଗୁଆଳି ଭାବେ କାର୍ଯ୍ୟରତ ପାଟଣା ଥାନା ମଧୁପୁର ଗ୍ରାମର ଭାଷ୍କର ପ୍ରଧାନ ଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଆଜି ସକାଳୁ ଭାଷ୍କର ପ୍ରଧାନ ଛାତ୍ରାବାସ ରୋଷେଇ ପାଇଁ ଚୁଲି ଲଗାଇ ପାଣି ବସାଇ ବାହାରକୁ ଯାଇଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ଏରେଣ୍ଡେଇ ମୁଣ୍ଡାସାହି ରାସ୍ତାକଡରେ ମରିପଡିଥିବା ରାସ୍ତାରେ ଲୋକେ ଦେଖିଥିଲେ । ଖବର ପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଗ୍ରାମବାସୀ ଘଟଣା ସ୍ଥଳକୁ ଯାଇ ଆମ୍ବୁଲାନ୍ସକୁ ଖବର ଦେବାପରେ ୧୦୮ ଯୋଗେ ଭାଷ୍କର ପ୍ରଧାନ ଙ୍କୁ ପାଟଣା ମେଡିକାଲ ନେଇଥିଲେ । ଡାକ୍ତର ସେଠାରେ ଭାଷ୍କର ଙ୍କୁ ରସିଭ୍ ଡେଥ୍ ଘୋଷଣା କରିବା ସହ ପାଟଣା ଥାନାକୁ ଖବର ଦେଇଥିଲେ । ଖବରପାଇ ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ ଏଏସଆଇ ସନାତନ ମହାରଣା ମେଡିକାଲ ରେ ମୃତ ଭାଷ୍କର କୁ ଦେଖିବା ସହ ଏରେଣ୍ଡେଇ ର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ମୃତ ଭାଷ୍କର ଅବିବାହିତ ଥିବାବେଳେ ତାଙ୍କର ନିଶା ଅଭ୍ୟାସ ଥିବା ଜଣାପଡିଛି । ତେବେ ଭାଷ୍କର ବିଷାକ୍ତ ମଦପିଇ ଅଥବା ମାତ୍ରାଧିକ ମଦପିଇ ଥିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତକର ଶବବ୍ୟବଛେଦ ପରେ ସଠିକ କାରଣ ଜଣାପଡିବ ବୋଲି ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *