ଏରେଇଁ ପଞ୍ଚାୟତରେ ପାଣିଟାଙ୍କି ନିର୍ମାଣ ନେଇ ଦ୍ୱନ୍ଦ୍ୱ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସହର ଉପକଣ୍ଠସ୍ଥ ଏରେଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ବିରାଟକାୟ ଗାତ ଖୋଳାଯିବାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସ। କେନ୍ଦ୍ର, ମାର୍କେଟ କମ୍ଲେକ୍ସ ତଥା ହରିଜନ ସାହିକୁ ସଂଯୋଗ କରୁଥିବା ରାସ୍ତା ପାଶ୍ୱର୍ରେ ୪୦ ଫୁଟ ଓସାର ଓ ୧୨ଫୁଟ ଗଭୀରର ଏକ ଗାତ ଖୋଳାଯାଉଛି। କ’ଣ ପାଇଁ ଏହି ଗାତ ଖୋଳାଯାଉଛି ସେ ବାବଦରେ ସ୍ଥାନୀୟ ଲୋକେ ଅବଗତ ନ ଥିବା ବେଳେ କେହି ଠିକାଦାର ଏହି ଗାତ ଖୋଳୁଥିବା କୁହାଯାଉଛି। ଗାତର ଗଭୀରତା ଓ ଓସାରରୁ ଏହା ଓହରହେଡ୍ ପାଣିଟାଙ୍କି ନିର୍ମାଣ ପାଇଁ ଖୋଳାଯାଉଥିବା କୁହାଯାଉଛି। ତେବେ ଏହି ଗାତ ଖୋଳାଯିବା ପରେ ପାର୍ଶ୍ୱ ରାସ୍ତା ସଂକୁଚିତ ହେବା ସହିତ ହରିଜନ ସାହିକୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପାଣିଟାଙ୍କି ନିର୍ମାଣ ଲାଗି ସେଠାରେ ଗାତ ଖୋଳିବାକୁ କାହାରିକୁ ଅନୁମତି ଦିଆଯାଇ ନ ଥିବା କଥା ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଠିକାଦାରଙ୍କ ମଧ୍ୟରେ କାମ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତାରୁ ଏଭଳି ଗାତ ଖୋଳାଯାଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ବିହୀତ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *