ଅନୁଗୁଳ

ଏରିଆ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ତାଳଚେର,୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ଏରିଆ ଖବର’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଦିଘି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥିଭାବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଗୋରାଚାନ୍ଦ ରଥ,ସମ୍ମାନୀତ ଅତିଥିଭାବେ ଆଇଡ୍ରୀମ ପରିଚାଳନା ମହାବିଦ୍ୟାଳୟର ଅଧ୍ୟକ୍ଷ ଦିପ୍ତୀରଞ୍ଜନ ବିଶ୍ୱାଳ, ସ୍ୱେଚ୍ଛାସେବୀ ପୁଲିନ୍ ବିହାରୀ ନାୟକ ଯୋଗ ଦେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ । ଏହାପରେ ‘ଏରିଆ ଖବର’ର ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ରଥ ନିଜ ଅଭିଭାଷଣରେ ‘ଏରିଆ ଖବର’ରେ ପ୍ରକାଶିତ ଗୁଣାତ୍ମକ ସମ୍ବାଦଗୁଡ଼ିକର ଢେର ପ୍ରଶଂସା କରିବାସହ ଏହା ଶତାୟୁ ହୋଇ ସମ୍ବାଦପତ୍ର କ୍ଷେତ୍ରରେ ନୂତନ ପରିଚୟ ସୃଷ୍ଟି କରୁ ବୋଲି ମତବ୍ୟକ୍ତ କରିଥିଲେ । ‘ଏରିଆ ଖବର’ର ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପରେପରେ ତାଳଚେର ଅଂଚଳର ଶିଶୁ କଳାକାରମାନଙ୍କୁ ନେଇ ଶିଶୁ ପ୍ରତିଭା ଚିରଞ୍ଜିବୀ ବାରିକ୍ ଚିତାକର୍ଷକ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ଥର୍ମାଲ ଏବଂ ଢେଙ୍କାନାଳର ଆର୍ଯ୍ୟସ୍ମିତା ମହାନ୍ତି,ଶୁଭଲକ୍ଷ୍ମୀ ନାୟକ,କାଜଲ ମହାନ୍ତି ନୃତ୍ୟ ପରିବେଷର କରିଥିଲେ । ଦିଘି ଗ୍ରାମ ଏବଂ ‘ଦ ନ୍ୟୁ ହରାଇଜନ’ଅନୁଷ୍ଠାନର କଳାକାରଙ୍କ ଦ୍ୱାରା କନ୍ୟା ଶିଶୁ ସୁରକ୍ଷା ସମ୍ପର୍କିତ ‘ସମାନ’ଶୀର୍ଷକ ନାଟକ ପରିବେଷଣ କରାଯାଇଥିଲା । ଏହାକୁ ୫ଶହରୁ ଉଦ୍ଧ୍ୱର୍ ଦର୍ଶକ ଉପଭୋଗ କରିଥିଲେ । ଏହି ଅବସରରେ ଦିଘି ଗ୍ରାମର ମିହିର କୁମାର ନାୟକ ଓ ବସନ୍ତ ସାହୁଙ୍କୁ ଗ୍ରାମରେ ବିଭିନ୍ନ କର୍ତବ୍ୟନିଷ୍ଠତା କାର୍ଯ୍ୟ ସମ୍ପାଦନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶିଶୁ କଳାକାର ଚିରଞ୍ଜିବୀର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଇଡି୍ରମର ଅଧ୍ୟକ୍ଷ ଦିପ୍ତୀରଞ୍ଜନ ବିଶ୍ୱାଳ,ସ୍ୱେଚ୍ଛାସେବୀ ପୁଲିନ୍ ବିହାରୀ ନାୟକ ଏବଂ ଦ ନ୍ୟୁ ହରାଇଜନ’ର ସାଧାରଣ ସମ୍ପାଦକ ବିଷ୍ଣୁ ମୋହନ ରଥ ସମସ୍ତ ଦାୟିତ୍ୱ ବହନ କରିବେ ବୋଲି ତାଙ୍କ ଅଭିଭାଷଣ ଅବସରରେ ପ୍ରତିଶ୍ରୁତି ଦେଇଥିଲେ । ସମ୍ବାଦପତ୍ର ଏରିଆ ଖବର ମାଧ୍ୟମରେ ଏହି କୁନି ପ୍ରତିଭାର ପ୍ରଚାର ଓ ପ୍ରସାର କରିବାକୁ ମତବ୍ୟକ୍ତ କରିଥିଲେ । କଳାକାର କରୁଣାକର ବାଇ,ୱାର୍ଡ଼ ସଭ୍ୟ ମାନସ କୁମାର ସାହୁ ଓ ରଞ୍ଜନ ସାହୁ ପ୍ରମୁଖ ମଂଚ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top