ଜିଲ୍ଲା ପରିକ୍ରମା

ଏଯାଏଁ ମିଳିଲାନି ରବି ଫସଲ ବିହନ, ଜମି ପଡ଼ିଲା ପଡ଼ିଆ, ବାଦାମ ବିହନ ବଂଟନରେ ଦୁର୍ନୀତି ଅଭିଯୋଗ

ନୟାଗଡ଼, ୧୯ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୃଷକମାନଙ୍କୁ ରବି ଫସଲ ବିହନ ଯୋଗାଇଦେବାପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଥିବାବେଳେ ନୟାଗଡ଼ ଜିଲ୍ଲାରେ କିନ୍ତୁ କୃଷକଙ୍କ ଏହି ଯୋଜନା ବାଟବଣା ହେବାରେ ଲାଗିଥିବା ଅଭିଯୋଗ ହେଉଛି। କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଚାଷୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାରେ କେବେବି ଅବହେଳା ଦେଖାଇନାହାନ୍ତି। ମାତ୍ର ବିଭାଗୀୟ ଉଦାସୀନତା ଓ କେତେକ କର୍ମଚାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ କୃଷକ ମାନଙ୍କ ଆସୁଥିବା ସୁବିଧା ବାଟମାରଣାରେ ଯାଉଥିବା କୃଷକ ମାନଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ହେଉଛି। ରବି କୃଷି ନୀତି ଉପରେ ଆଲୋଚନା କରାଯାଇ ଅନିୟମିତତା ଓ ପ୍ରିୟାପ୍ରୀତିତୋଷଣରୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ତାଗିଦ୍ କରୁଥିବାବେଳେ ନୟାଗଡ଼ ଜିଲ୍ଲାରେ କିନ୍ତୁ ବଡ଼ବଡ଼ୁଆ ବାବୁମାନେ ସରକାରୀ ନୀତି ନିୟମକୁ ଫୁ କରିଦେଇଛନ୍ତି। ଅଭିଯୋଗ କଲେ ମଧ୍ୟ ଯାହାକି ସରକାରୀ ବିହନ ପାଇବାପାଇଁ ଚାଷୀମାନେ ଚାତକ ପରି ଚାହିଁ ଚାହିଁ ସେମାନଙ୍କ ଜମି ପଡ଼ିଆ ରହିଥିବା ଅଭିଯୋଗ ହେଉଛି। ବିହନ କେତେବେଳେ ଆସୁଛି, କିଏ ପାଉଛି,  କୁଆଡ଼େ ଯାଉଛି ଚାଷିମାନେ କିଛି ଜାଣିପାରୁନହାନ୍ତି କି ଜାଣିବାର ସୁଯୋଗ ଦିଆଯାଉନାହିଁ। ସରକାରୀ ମୁଗ, ବିରି, ଚିନାବାଦାମ ବିହନ ତେଜରାତି ଦୋକାନ, ଜଳଖିଆ ଦୋକାନ ଓ ବେପାରୀଙ୍କ ପାଖକୁ ଯାଉଥିବା ଅଭିଯୋଗ ହେଉଥିବାବେଳେ ପ୍ରତିକାର ଘର ମଧ୍ୟ ଶୂନ ଥିବା ଜଣାପଡ଼ିଛି। ଚଳିତ ବର୍ଷ ଏହି ବିହନ ବଂଟନକୁ ନେଇ ଚାଷିମାନେ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରକୃତ ଚାଷିମାନେ ସରକାରୀ ସୁବିଧା ସୁଯୋଗ ପାଉନଥିବାବେଳେ ସ୍ୱଚ୍ଛଳ ବର୍ଗର ଲୋକେ ଏହାକୁ ମାରିନେଉଥିବା କୁହାଯାଉଛି। ବାଦାମ ବିହନ ବଂଟନରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। କୃଷକମାନଙ୍କୁ ବାଦାମ ବିହନ ବଂଟା ଯାଇଥିବା ଖାତାରେ ପକାଇ ବାବୁମାନଙ୍କ ଘରେ ବସ୍ତା ବସ୍ତା ବାଦାମ ଭଜା ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଯାହା ଖବର ମିଳୁଛି ଏବର୍ଷ ଚାଷୀଙ୍କୁ ବଂଟା ଯିବାପାଇଁ ୨୦୦ ବସ୍ତା ବାଦାମ ବିହନ ଆସିୀଥିଲା। ଏହା ଚାଷୀଙ୍କୁ ୨୫କେଜିଆ ପ୍ୟାକେଟରେ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ବିହନ ବଂଟାରେ ବଡ଼ ଦୁର୍ନୀତି ହୋଇଥିବା ନେଇ ଏହାର ତଦନ୍ତ ହେଉ ବୋଲି ବାଲୁଗାଁ, କ୍ରିଦାଶପୁର, ନାଟୁଗାଁ, ଲକ୍ଷ୍ମୀପ୍ରସାଦ ଆଦି ବହୁ ପଂଚାୟତର ଚାଷୀ ଦାବି କରିଛନ୍ତି। ଚାଷୀଙ୍କ ପାଇଁ ଜିଲ୍ଲାକୁ ଆସୁଥିବା ସରକାରୀ ସୁବିଧାକୁ ଜାଣିଶୁଣି କୃଷି ବିଭାଗର କରିତ୍କର୍ମା ବାବୁମାନେ ହଡ଼ପ କରୁଥିବା ଅଭିଯୋଗ ହେଉଥିବାବେଳେ ସରକାରୀ ବିହନ କୁଆଡ଼େ ଗଲା, କେଉଁମାନେ ନେଇଛନ୍ତି, କିଏ ଅସଲି ଚାଷି, କିଏ ନକଲି ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଚାଷୀମାନଙ୍କୁ ରବି ବିହନ ଯୋଗାଇଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top